ବରୀ ତହସିଲଦାରଙ୍କ ବାସ ଭବନରେ ନାଗ ସାପ
ବରୀ---- ଯାଜପୁର ଜିଲ୍ଲା ବରୀ ତହସିଦାର ସରୋଜକାନ୍ତ ନାୟକଙ୍କ ତହସିଲ ଅଫିସ ପରିସରରେ ଥିବା ସରକାରୀ ବାସ ଭବନରେ ଶନିବାର ଏକ ନାଗ ସାପକୁ ଉଦ୍ଧାର କରାଯାଇଛି । ଏହି ନାଗ ସାପଟି ରୋଷେଇ ଘରେ ଥିବା ଦେଖିବାକୁ ମିଳିଥିଲା । ସୂଚନା ପାଇ ସମସ୍ତ କର୍ମଚାରୀ ଓ ଆଖ ପାଖରେ ଥିବା ଲୋକମାନେ ସାପକୁ ଦେଖିବାକୁ ରୁଣ୍ଡ ହୋଇଯାଇଥିଲେ । ସାପକୁ ଘରୁ କାଡିବା ପାଇଁ ଚେଷ୍ଠା କରାଯାଇଥିଲେ ମଧ୍ୟ ସମ୍ବବପର ହୋଇନଥିଲା । ବନ୍ଧଢିଅ ଗ୍ରାମର ପ୍ରତାପ କୁମାର ବେହେରା ସାପ ଧରାଳିକୁ ଡାକି ସାପ ଟିକୁ ଉଦ୍ଧାର କରିଥିଲେ । ତହସିଲ ପରିସରରେ ଅଳିଆ ଓ ଆର୍ବଜ୍ଜନା ଅନାବନା ଗଛ ଲତା ରେ ପରିପୂର୍ଣ୍ଣ ଯୋଗୁ ସାପ ବସବାସ କରୁଥିବା ସାପ ଧରାଳି ଶ୍ରୀ ବେହେରା କହିଛନ୍ତି ।
ଯାଜପୁର ବରୀରୁ- ଦର୍ଶନ ବେହେରା



