ads

Breaking News

କରୋନା ସମୟରେ ଅତାବିରା ବିଜ୍ଞାପିତ ଅଞ୍ଚଳରେ ବୁଲା ଗାଇ, ଗୋରୁ, କୁକୁର କେହି ଭୋକିଲା ନଥିଲେ


  ବରଗଡ--  ରାଜ୍ୟ ସରକାର କରୋନା ପାଇଁ ସମସ୍ତ ଜିଲ୍ଲାରେ ଲକ ଡାଉନ ଜାରି କରିଥିଲେ । ଏହି ସମୟରେ ସମସ୍ତ ଚକଅଖ ବନ୍ଦ ରହିଥିଲା । ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରକାରଙ୍କ ପକ୍ଷରୁ ଜନ ସାଧାରଣଙ୍କୁ ତିନି ମାସର ରାଶନ ସମଗ୍ରୀ, ଭର୍ତ୍ତା, କିରୋସିନି ଓ ଅର୍ଥ ଯୋଗାଇ ଦେଇଥିଲେ । ଯେପରିକି ଜନସାଧାରଣଙ୍କର କିଛି ଅସୁବିଧା ହେବ ନାହିଁ । ସେହିପରି ରାସ୍ତା ବୁଲୁଥିବା ଗାଇ ଗୋରୁ, କୁକୁର ମାନଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଚ, ଆଣ୍ଡ, ୟୁ. ଡି ସଂସ୍ଥା  ଅର୍ଥ ପ୍ରଦାନ କରିଥିଲେ । ମାତ୍ର ବରଗଡ ଜିଲ୍ଲାର ଅତାବିରା ବିଜ୍ଞାପିତ ଅଞ୍ଚଳରେ ଗୋଟିଏ ହେଲେ ଗାଇ ଗୋରୁ ବା ଷଣ୍ଢ ଓ ବୁଲା କୁକୁର, ମାଙ୍କଡ, ପାରା ନ ଥିଲେ ବୋଲି ତାଙ୍କ  ରିର୍ପୋଟ କହୁଛି । କାରଣ କତୃପକ୍ଷ ରାଜ୍ୟ ସରକାରଙ୍କ ଠାରୁ  ପାଇଥିବା ୩୮ ହଜାର ଟଙ୍କା ଖର୍ଚ୍ଚ ନ କରି ସେପରି ବ୍ୟାଙ୍କରେ ପକାଇ ରଖିଛନ୍ତି ବୋଲି  ଜଣାପଡିବା ପରେ ଆଲେଚନାର ବିସୟବସ୍ତୁ ହୋଇପଡିଛି ।  ଅତାବିରା ବିଜ୍ଞାପିତ ଅଧିକାରୀ ଏହି ଟଙ୍କାକୁ ଖର୍ଚ୍ଚ ନକରି ବ୍ୟାଙ୍କ ଆକାଉଣ୍ଟରେ ରଖିଛନ୍ତି । ସେଥିରୁ ଯେଉଁ ସୁଧ ବାହାରିବ ସେ ଟଙ୍କା କେଉଁଠାରେ ଖର୍ଚ୍ଚ କରାଯିବ ତାହା ଏବେ ପ୍ରଶ୍ନ ହୋଇଉଠିଛି । ସେହିପରି ରାଜ୍ୟ ସରକାର ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ବିଭିନ୍ନ ୱାର୍ଡର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଦେଇଥିଲେ ମଧ୍ୟ ଠିକ ଏହିପରି କାର୍ଯ୍ୟ କରାଯାଇଥିବା ଜଣାପଡିଛି । ଅତାବିରା ବିଜ୍ଞାପିତ ଅଞ୍ଚଳରେ ହୋଇଥିବା ଦୁର୍ନୀତି ପଦାକୁ ଆଣିବା ପାଇଁ ସାକ୍ଷୀଗୋପାଳ ନିଉଜ ଆରମ୍ଭ କରିଛି ଉଦ୍ୟମ । ବହୁ ଶିଘ୍ର ଆଉ ଏକ ଘଟଣାର ଫର୍ଦ୍ଧାପାସ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । 

 ବରଗଡରୁ ନବୀନ ଦାଶଙ୍କ ରିର୍ପୋଟ

ads

Blog Archive

Popular Posts