ads

Breaking News

ମମତା ଦିବସରେ କରୋନା ସଚେତନତା କାର୍ଯ୍ୟକ୍ରମ

ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ଅର୍ନ୍ତଗତ ଗୁଆଳିପଡା ଗ୍ରାମ ପଞ୍ଚାୟତର ବଡ ଗୁଆଳିପଡା ଅଙ୍ଗନୱାଡି କେନ୍ଦ୍ର ପରିସରରେ ମମତା ଦିବସ ଓ ଟୀକାକରଣ ଅବସରରେ କରୋନା ଭୂତାଣୁ ସମ୍ମନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲିପ୍ସା ଏଜୁକେସନାଲ ଓ ଜାଗୃତି ଅନୁଷ୍ଠାନ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ସଚେତନତାର ବିସୟ ବସ୍ତୁ ଥିଲା କରୋନା ସମୟରେ  ଗର୍ଭବତୀ ମା ଓ ଶିଶୁର ଯନ୍ତ୍ର କିପରି ନେବା ଓ ସେମାନଙ୍କୁ ମହାମାରୀ କରୋନା ଠାରୁ କିପରି ଦୂରେଇ ରଖାଯାଇ ପାରିବ ସେ ସମ୍ପର୍କରେ ଆଲେଚନା କରାଯାଇଥିଲା । ସାମାଜିକ ମହିଳା କର୍ମୀ  ସଂଧ୍ୟାରାଣି ଜେନା, ଲିଜା ତାଡ  ଓ ଜାଗୃତିର ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ପ୍ରଧାନ, ଅଙ୍ଗନୱାଡି କର୍ମୀ ନିରୁପମା  ସୁବଳ , ମହିଳା ସ୍ୱାସ୍ଥ୍ୟ କର୍ମୀ କୌଶଲ୍ୟା ଦେଇ ଓ ମମତା ବେହେରା ଆଶା ଦିଦି ଯୋଗ ଦେଇ ସାବୁନୁରେ କିପରି ହାତ ଧୋଇବ, ବାହାରକୁ ବାହାରିବ ନାହିଁ, ବିଶେଷ କରି ସଂଗରୋଧରେ ରହିଲା ପରି ନିଜେ ନିଜକୁ ରଖି ପାରିଲେ କରୋନା ଭୁତାଣୁ ଠାରୁ  ଦୁରେଇ ରହି ପାରିବ ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ ମାସ୍କ ବଣ୍ଟନ କରାଯାଇଥିଲା । ଶେଷରେ ଜାଗୃତିର ସଭାପତି ପିୟବ୍ରତ ପ୍ରଧାନ ଧନ୍ୟବାଦ ଦେଇଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି  

ads

Blog Archive