ads

Breaking News

ସତ୍ୟବାଦୀରେ ଦୁଇ ମାସର ଶିଶୁ କରୋନା ପଜେଟିଭି ଚିହ୍ନଟ

ସାକ୍ଷୀଗୋପାଳ----  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମରେ ଜଣେ ଦୁଇ ମାସର ଶିଶୁ କରୋନା ପଜେଟିଭି ଚିହ୍ନଟ ହୋଇଥିବା ସତ୍ୟବାଦୀ ବ୍ଳକ ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି । ଶିଶୁଟିର ଦେହ ଖରାପ ଥିବାରୁ ଭୁବନେଶ୍ୱର ସ୍ଥିତ ଏମସ୍‌ରେ ଚକିତ୍ସା ହେଉଥିଲେ । ସେଠାରେ ଡାକ୍ତର ମାନଙ୍କ ପରାମର୍ଶ ଅନୁସାରେ ଶିଶୁର ସ୍ୱାବ ସଂଗ୍ରହ କରାଯାଇଥିଲା । ଅନ୍ୟ ପକ୍ଷେ ଅଳଗୁମ ସଂଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡିଆ ଜଣେ କରୋନା ପଜେଟିଭି ବୋଲି ଜଣାପଡିଛି । ବଳପୁର ଗ୍ରାମର ଶିଶୁ ସହିତ କେଉଁମାନେ ମିଳାମିଶା କରିଛନ୍ତି ତାହା ଜଣାପଡିବା ପରେ ଉକ୍ତ ପରିବାରକୁ ସଂଗରୋଧରେ ରହିବାପାଇଁ କୁହାଯିବ ନଚେତ ଆବଶ୍ୟକ ପଡିଲେ ଉକ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା କରାଯିବ ବୋଲି ବିଡିଓ ଶ୍ରୀ ଦତ୍ତଙ୍କ ଠାରୁ ସୁଚନା ମିଳିଛି । 
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive