ads

Breaking News

ସାନଖେମୁଣ୍ଡି ବିଜେପି ପକ୍ଷରୁ ୭ଦଫା ଦାବି ନେଇଁ ବିଡ଼ିଓ ଙ୍କୁ ଦାବି ପତ୍ର


 ଧରାକୋଟ---- ଗଞ୍ଜାମ ଜିଲ୍ଲାରେ ମହାମାରୀ କରୋନା ତାର ଭୟଙ୍କର ତାଣ୍ଡବ ଲୀଳା ରଚୁଛି । ଦିନ କୁ ଶହ ଶହ ଲୋକ କରୋନା କବଳରେ କବଳିତ ହେଉଛନ୍ତି । କରୋନା ଦାଉ ସାଜୁଥିବା ବେଳେ ଏବେ ଏକ ଅଜଣା ଜ୍ୱର ଲୋକ ମାନଙ୍କ ଚିନ୍ତାର କାରଣ ସାଜିଛି । ଜ୍ୱର ରେ ପୀଡିତ କିଛି ଲୋକ ମୃତ୍ୟୁ ମୁଖକୁ ଚାଲିଯାଇଛନ୍ତି । ସ୍ଥାନୀୟ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଏଥି ପ୍ରତି ଦୃଷ୍ଟି
ଦେଉନଥିବାର ଅଭିଯୋଗ ମଧ୍ୟ ହେଉଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ହଜାର ହାଜର ପ୍ରବାସୀ କିଛି କାମ ଧନ୍ଦା ନ ପାଇ ଘରେ ବସିଛନ୍ତି । ସରକାର ଙ୍କ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ହୋଇ ରହିଗଲା । ଆଜି ସାନଖେମୁଣ୍ଡି ବିଜେପି ତରଫରୁ ୭ଦଫା ନେଇ ବିଡିଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପତ୍ରରେ ଉଲ୍ଲେଖ ଅଛିଯେ ଗ୍ରାମ କୁ ଗ୍ରାମ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା,ପ୍ରତ୍ୟେକ ଗ୍ରାମ କୁ ସନିଟାଇଜ, ପ୍ରବାସୀ ଓଡ଼ିଆ ମାନଙ୍କୁ ଉପଯୁକ୍ତ କାର୍ଯ୍ୟରେ ନିୟୋଜିତ କରିବା ସହ ସରକାର ଘୋଷଣା କରିଥିବା ୨୦୦୦ ଟଙ୍କା ପ୍ରଦାନ କରିବା ,ପ୍ରତ୍ୟକ ମେଡ଼ିକାଲ ରେ ସ୍ଥାୟୀ ଡାକ୍ତର ନିୟୋଜିତ କରିବା,ପ୍ରତ୍ୟକ ଗ୍ରାମରେ ଅସ୍ଥାୟୀ କୋଭିଡ଼ ହସ୍ପିଟାଲ ନିର୍ମାଣ,ପ୍ରତ୍ୟକ ଗ୍ରାମକୁ ପାନୀୟଜଳ ଯୋଗାଣ ଏଭଳି ବହୁ ସମସ୍ୟା ରହିଛି । ଆଜି ୬୦ ନମ୍ବର ଜୋନ୍ ର ଜିଲ୍ଲାପରିଷଦ ଗଦାଧର ସ୍ୱାଇଁ,ସାନଖେମୁଣ୍ଡି ବ୍ଲକ ଯୁବମୋର୍ଚ୍ଚା ସଭାପତି ଏମ.ଚିନ୍ମୟ ରେଡି ଙ୍କ ଉପସ୍ଥିତ ରେ ଏକ ଦାବି ପତ୍ର ସାନଖେମୁଣ୍ଡି ଗୋଷ୍ଠିଉନ୍ନୟନ ଅଧିକାରୀ ଗାୟତ୍ରୀଦତ୍ତ ନାୟକ ଙ୍କୁ ଦିଆଯାଇଥିଲା ।ଧରାକୋଟ ରୁ କାଳୁ ଚରଣ ମହାପାତ୍ର

ads

Blog Archive