ads

Breaking News

କୋମଣ୍ଡ ଉଚ୍ଚ ବିଦ୍ୟାଳୟରୁ ୯ଟି କମ୍ପ୍ୟୁଟର ଚୋରି : ଥାନା ରେ ଅଭିଯୋଗ




ଓଡ଼ଗାଁ/କୁରାଳ- ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୋମଣ୍ଡ ଉଚ୍ଚ ବିଦ୍ୟାଳୟରୁ ୯ଗୋଟି କମ୍ପ୍ୟୁଟର ଚୋରି ହୋଇଥିବା ଥାନା ରେ ଅଭିଯୋଗ ହୋଇଛି ।
ଗତକାଲି ମଧ୍ୟରାତ୍ରରେ କିଛି ଦୁର୍ବୁତ୍ତ ବିଦ୍ୟାଳୟ ଆଇ.ଟି ଲ୍ୟାବ ତାଲା ଭାଙ୍ଗି ଏହି ଚୋରି କରିଥିବା କୋମଣ୍ଡ ସରପଞ୍ଚ ସୁଶାନ୍ତ ଦଳେଇ ସୂଚନା ଦେଇଛନ୍ତି ।
ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ଓଡ଼ଗାଁ ଆଦର୍ଶ ଥାନା ଆଇ.ଆଇ.ସି ପ୍ରଜ୍ଞା ପାରମିତା ଜେନା ଏବଂ ଏ.ଏସ.ଆଇ ରମେଶ ଚନ୍ଦ୍ର ବେହେରା ପହଞ୍ଚି  ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive