ads

Breaking News

ପୌରପରିଷଦ ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ବକେୟା ଅର୍ଥ ଦାବିରେ ଧାରଣା, ଅଟକାଇଲେ ଆମ୍ବୁଲାନ୍ସ




ଜଟଣୀ--ଜଟଣୀ ପୌରପରିଷଦ ଅଧୀନରେ କାର୍ଯ୍ୟରତ ଅସ୍ଥାୟୀ ସଫେଇ କର୍ମଚାରୀ ଙ୍କ ଇପିଏଫ ଓ ଇଏସଆଇ ମିଳିବାର ବିଳମ୍ବ କୁ ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ଏଥିସହ ଆମ୍ବୁଲାନ୍ସ ଏବଂ ବିଶୋଧନ ଗାଡିକୁ ଅଟକାଇ ପ୍ରତିବାଦ କରିଛନ୍ତି।  ୨୦୧୬ ମସିହାଠାରୁ ରହିଥିବା ଏହି ବକେୟା ଅର୍ଥ ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ ବୋଲି ଆନ୍ଦୋଳନ କାରି ମାନେ କହନ୍ତି । ଫଳରେ ସେମାନଙ୍କ ପରିବାର ଅଭାବ ଅନଟନ ମଧ୍ୟରେ ରହିଛି ବୋଲି କହିଛନ୍ତି। ଏ ନେଇ ପୌର ନିର୍ବାହୀ ଅଧିକାରୀଙ୍କୁ ଦାୟୀ କରିଛନ୍ତି । ଅନ୍ୟପକ୍ଷେ  ମହାମାରୀ କରନା ସମୟରେ କାର୍ଯ୍ୟ ବନ୍ଦକୁ ନେଇ ସହର ସାରା ଆବର୍ଜନା ମୟ ହୋଇ ପଡିଛି । ସେହିପରି ଏହି ଧାରଣା ଅବସରରେ ପ୍ରତିବାଦିକାରୀ ସଫେଇ କର୍ମଚାରୀମାନେ କୋଭିଡ ଆଇନକୁ ଉଲଂଘନ କରି ଏକତ୍ରୀତଭାବେ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଅପରପକ୍ଷେ ଆମ୍ବୁଲାନ୍ସ, ବିଶୋଧନ ଗାଡି ଅଟକାଇବାପରେ ଘଟଣା ସ୍ଥଳରେ ପୋଲିସର ହସ୍ତକ୍ଷେପ ହୋଇଥଲା । ଫଳରେ ଘଟଣାଟି ସ୍ବବାଭିକ ହୋଇଥିଲା  ପରବର୍ତ୍ତୀ ସମୟରେ । ଜଟଣୀ ଥାନା ଆଇ.ଆଇ. ସି ବିଶ୍ୱରଂଜନ ସାହୁ ଓ ପୌର ନିର୍ବାହୀ ତପନ କୁମାର ମହାପାତ୍ରଙ୍କ ମିଳିତ ଭାବେ ଆଲୋଚନା ପରେ ସଫେଇ କର୍ମଚାରୀ ମାନେ ଧାରଣା ପ୍ରତ୍ୟାହୁର୍ତ୍ତ କରିଥିଲେ ।
 ଜଟଣୀରୁ -ରଙ୍ଗନାଥ ବେହେରା 

ads

Blog Archive