ads

Breaking News

ପ୍ଲାଜମା ଦାତାଙ୍କୁ ବରଗଡ଼ ରେ ସମ୍ବର୍ଦ୍ଧନା


 ବରଗଡ଼---- ବରଗଡ଼ ଜିଲ୍ଲା  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଦୁଇଜଣ ପ୍ଲାଜମା ଦାତା ଯୁବକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଯୁବକ ମାନେ ବରଗଡ଼ ବ୍ଲକ କଟାପାଲି ଗ୍ରାମର ରବୀନ୍ଦ୍ର ସାହୁ ଓ ଉମେଶ ଦାଶ ରହିଥିବାବେଳେ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବକ ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ ସହ ଏଭଳି ବଦାନ୍ୟତା ଯୋଗୁଁ ଅଞ୍ଚଳରେ ବେଶ ପ୍ରଶଂସନୀୟ ପଦକ୍ଷେପ ବୋଲି ଚର୍ଚ୍ଚା ହେବା ସହ ପ୍ଲାଜମା ଦାନ ପାଇଁ ଭୀମସାର୍‌, ବୁର୍ଲା ପଠାଯାଇଛି।ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ। ତେବେ ଏପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇଥିବା ଅନ୍ୟ ୮ଜଣ ମଧ୍ୟ ପ୍ଲାଜମା ଦାନ ପାଇଁ କହିଛନ୍ତି।

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive