ଅଗ୍ନିକାଣ୍ଡରେ ଗୁହାଳ ଘର ପୋଡି ପାଉଁଶ : ନିଆଁ ଧାସରେ ଦୁଇ ଗୋରୁ ଆହତ
ଖଇରା -----ଖଇରା ବ୍ଲକ ଅଚ୍ୟୁତପୁର ପଞ୍ଚାୟତ ର ଗୋବିନ୍ଦ ଜେନାଙ୍କ ଗୁହାଳଘର ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଚାଷ କାର୍ଯ୍ୟ ବେଳରେ ସମସ୍ତେ ବ୍ୟସ୍ତ ଥିବା ବେଳେ କୋୖଣସି କାରଣରୁ ଆକସ୍ମିକ ଅଗ୍ନିକାଣ୍ଡ ଘଟିଯାଇଛି । ଗୁହାଳଘର ଭିତରେ ଥିବା ଗୋରୁଙ୍କ ଉପରେ ନିଆଁ ପଡି ଶରୀର ପିଠି ଓ ଲାଞ୍ଜ ପୋଡି ଯାଇଛି । ଘର ପାଖରେ ପଡୋଶୀ ଗୁହାଳ ଘର ଜଳୁଥିବା ଦେଖି ଗୋରୁସବୁ ଫିଟାଇଦେବାରୁ ଚାରଟି ଗୋରୁ ଅଳ୍ପକେ ବର୍ତିଯାଇଛନ୍ତି । ଖବର ପାଇ ଖଇରା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଘଟଣା ସ୍ଥଳରେ ଗଣ୍ଡିବେଡ଼ ରାଜସ୍ୱ ନିରୀକ୍ଷକ ଅଧିକାରଣୀ ମିନା ରାଣୀ ସିଅଳ ପ୍ରାଥମିକ ତଦନ୍ତ କରିବା ସହିତ କ୍ଷତିଗ୍ରସ୍ତ ପରିବାରକୁ ପଲଥିନି ଯୋଗାଇଦେଇଛନ୍ତି । ସ୍ଥାନୀୟ ସରପଞ୍ଚ ମାୟାଧର ସାହୁ ଓ ପ୍ରାଣୀ ସମ୍ପଦ ନିରୀକ୍ଷକ ସତ୍ୟାନନ୍ଦ ରାଉତ ଘଟଣା ସ୍ଥଳରେ ପହଞ୍ଚି ପଶୁ ମାନଙ୍କର ଚିକିତ୍ସା କରାଇବା ସହିତ ଆବଶ୍ୟକ ଔଷଧପତ୍ର ପ୍ରଦାନ କରିଛନ୍ତି ।





