ads

Breaking News

ସତ୍ୟବାଦୀରେ ୧୨ଜଣ କରୋନା ପଜେଟିଭି ଚିହ୍ନଟ; ସେମାନଙ୍କ ମଧ୍ୟରୁ ଜଣେ କରୋନା ଯୋଦ୍ଧା

 ସାକ୍ଷୀଗୋପାଳ---- ପୁରୀ ଜିଲ୍ଲା ସତ୍ୟବାଦୀରେ ଅଞ୍ଚଳରେ  ମହାମାରୀ  କରୋନା ପିଛା ଛାଡୁନାହିଁ ।ଏବେ କରୋନା ସଂଗରୋଧରୁ ଆସି ଗ୍ରାମଭିମୁଖୀ ହୋଇଥିବା ଜଣାପଡିଛି ।  ସତ୍ୟବାଦୀ ବ୍ଳକରେ ୧୨ ଜଣ କରୋନା ପଜେଟିଭି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ରହିଥିବା ଜଣାପଡିଛି । ସୁଚନା ଅନୁଯାୟୀ ଶୁଳକ ଟିଏମସି ଗୃହରୁ ୬ ଜଣ କରୋନା ପଜେଟିଭି ବାହାରିଥିବା ବେଳେ କେତିକିପାଟଣା ଗ୍ରାମ ପଞ୍ଚାୟତର ଅଲଣ୍ଡା ଗ୍ରାମର ଜଣେ , ବିଦ୍ୟାଧରପୁର ଗ୍ରାମ  ପଞ୍ଚାୟତର  ମହାପାତ୍ର ସାହିର ଜଣେ ,  କାଦୁଆ ଗ୍ରାମ ପଞ୍ଚାତର ତଳପାଟଣା ଗ୍ରାମରୁ ଜଣେ ଲୋକାଲ କରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି, ସେହିପରି ପେଣ୍ଠପଡା ଗ୍ରାମ ପଞ୍ଚାୟତର କାଞ୍ଜିଆ ଗ୍ରାମର ଦୁଇଜଣ, ଓ ବିଶ୍ୱନାଥପୁର ଗ୍ରାମର ଆଶା ଦିଦି ଏବେ କରୋନା ପଜେଟିଭି ଭାବେ ଚିହ୍ନଟ ହୋଇଥିବା ସତ୍ୟବାଦୀ ବ୍ଳକ ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି । ଶୁକଳ କୁ ଛାଡି ଦେଲେ ଅନ୍ୟ ସମସ୍ତ ଗ୍ରାମ ଏବେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ବିଡିଓ ଶ୍ରୀ ଦତ୍ତକହନ୍ତ । ଅନ୍ୟ ପକ୍ଷେ  ଲୋକମାନେ ରାଜ୍ୟ ସରାକରଙ୍କ କୋଭିଡ-୧୯ ଆଇନକୁ ଫୁ କରି ଦେଇଛନ୍ତି । କହାରି ମୁହଁରେ ମାକ୍ସ ନାହିଁ । ସଟଡାଉନକୁ କେହି ମାନୁ ନାହାନ୍ତି । ସଟଡାଉନ ଘୋଷଣା ହେବା ପରେ ଉକ୍ତ ଅଞ୍ଚଳରୁ ଲୋକମାନେ ବଜାର ଆସି ଦେକାନ ଖୋଲିବା ସହ ଜନସାଧାରଣଙ୍କ ସହିତ ମିଳାମିଶା କରୁଥିବା ଜଣାପଡିଛି । ଏ ଦିଗପ୍ରତି ପୁରୀ ଜିଲ୍ଲାପାଳ ନଜର ଦେବାକୁ ସତ୍ୟବାଦୀର ବୁଦ୍ଧଜିବୀ ମାନେ ଦାବି କରିଛନ୍ତି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 


ads

Blog Archive

Popular Posts