ads

Breaking News

ଜଟଣୀ ପ୍ରେସ୍ କ୍ଲବ ତରଫରୁ ଓଡ଼ିଆ ସାମ୍ବାଦିକ ଦିବସ ପାଳିତ


ଜଟଣୀ ------ଅଗଷ୍ଟ ୪ ତାରିଖକୁ ଓଡ଼ିଆ ପ୍ରେସ୍ ଦିବସରେ ପାଳନ କରାଯାଇଛି  । ଶହେ ପଚାଶ ବର୍ଷ ପୂର୍ବେ ସ୍ବର୍ଗତ ଗୌରୀ ଶଙ୍କର ଦ୍ୱାରା ପ୍ରଥମ ଓଡ଼ିଆ ଖବର କାଗଜ  ଉତ୍କଳ ଦୀପିକା ନାମରେ ପ୍ରକାଶିତ ହୋଇଥିଲା  । ଏହି ଅବସରରେ ମଙ୍ଗଳବାର ଅପରାହ୍ନରେ ଜଟଣୀ ପ୍ରେସ କ୍ଲବ ଛକ ଠାରେ ଥିବା ପ୍ରେସ କ୍ଲବ କାର୍ଯ୍ୟାଳୟ ପରିସରରେ ଓଡ଼ିଆ ଜଟଣୀ ପ୍ରେସ୍ କ୍ଲବ ତରଫରୁ ଓଡ଼ିଆ ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି । ସେହିପରି ସ୍ଥାନୀୟ ରାମଚନ୍ଦ୍ରପୁର ବଜାର ଠାରେ ଅବସ୍ଥିତ ପ୍ରେସ୍ କ୍ଲବ ତରଫରୁ ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି । ତେଣୁ ପ୍ରତ୍ୟକ ବର୍ଷ ଅଗଷ୍ଟ ମାସ ୪ ତାରିଖରେ ଓଡ଼ିଆ ସାମ୍ବାଦିକ ଦିବସ ପାଳିତ ହୋଇଆସୁଛି । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ବିରଞ୍ଚି ମହାନ୍ତି, ମହମଦ ଇସ୍ମାଇଲ ଅଲ୍ଲୀ, ହରିହର ସ୍ୱାଇଁ, ହୃଦାନନ୍ଦ କୋଦାମ ସିଙ୍ଘ, ମମତା ବେହେରା, ରଙ୍ଗନାଥ ବେହେରା, ବିଶ୍ୱଜିତ ସାହୁ, ସୁଭାଶିଷ ନାୟକ, ଉପଦେଷ୍ଠା ହେମନ୍ତ କୁମାର ସୁନ୍ଦରାୟ ଓ ସଂଜିତ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ ।
 ଜଟଣୀରୁ -ରଙ୍ଗନାଥ ବେହେରା 

ads

Blog Archive