ads

Breaking News

ଦାଇତ୍ୱ ନେଲେ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ସନତ କୁମାର ମହାନ୍ତି.


ଜଟଣୀ ---- ଆଜି ଅପରାହ୍ନରେ ଖୋର୍ଦ୍ଧାର ନୂତନ ଜିଲାପାଳ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି ସନତ କୁମାର ମହାନ୍ତି । ପୂର୍ବତନ ଜିଲାପାଳ ସିତାନ୍ସୁ ରାଉତଙ୍କ ଠାରୁ ବିଧିବଦ୍ଧ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଜିଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ କରିଥିଲେ । ଖୋର୍ଦ୍ଧା ଜିଲ୍ଲାର ଦାଇତ୍ୱ ନେବାପରେ ଜିଲାପାଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବର୍ତମାନ ସମୟରେ କୋଭିଡ ମୁକାବିଲା ଏବଂ ପ୍ରବାସୀଙ୍କୁ ଜୀବିକା ଯୋଗାଇବା ଉପରେ ପ୍ରାଥମିକତା ଦେବେ । ସେହିପରି ଜିଲାରେ ନିଅଣ୍ଟିଆ ବର୍ଷାକୁ ନେଇ ଆଗମିଦିନରେ ସଠିକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । 
ଜଟଣୀରୁ -ରଙ୍ଗନାଥ ବେହେରା 

ads

Blog Archive