ୟୁଥଫର ଆକ୍ସନ ପକ୍ଷରୁ ଵୃକ୍ଷ ରୋପଣ
ବେଗୁନିଆ---- ବେଗୁନିଆ ବ୍ଳକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ୟୁଥ ଫର ଆକ୍ସନ ପକ୍ଷରୁ ଗ୍ରାମ ପରିସରରେ ୬ ଶହରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯାଇଛି ।ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଦେବାଶିଷ ନାୟକ, ସ୍ଥାନୀୟ ସମିତି ସଭ୍ୟ ସୁବାସ ମହାନ୍ତି, ସଭ୍ୟ ଲଳିତ କୁମାର ସାହୁ,ସନ୍ତୋଷ କୁମାର ନାୟକ,ମାନସ ରଞ୍ଜନ ନାୟକ,ଆଲୋକ କୁମାର ବେହେରା, ଟୁକୁ ମହାପାତ୍ର, ବିଜୁ ସାହୁ, କାଳିଆ ପୃଷ୍ଟି, ବାବୁ ସ୍ୱାଇଁ ଓ ମଣ୍ଟୁ ବେହେରା ପ୍ରମୁଖ ସଦସ୍ୟ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଦେଖି ସାଧାରଣରେ ପ୍ରଶଂସାର ସୁଅ ଛୁଟିଛି । ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା



