ads

Breaking News

ଦିବ୍ୟାଙ୍ଗ ପରିବାରକୁ ‘ସ୍ୱାଧୀନ ସେବା ସଂସ୍ଥାନ’ ସହଯୋଗର ହାତ ବଡାଇଲା

 

ଡେଲାଙ୍ଗ ------ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର  ବିଳାସପୁର ଗ୍ରାମରେ ଏକ ଦିବ୍ୟାଙ୍ଗ ପରିବାର ସମ୍ପର୍କରେ ଖବର ପ୍ରକାଶିତ ହେବା ପରେ ଏକ  ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାଧୀନ ସେବା ସଂସ୍ଥାନ’ ଉକ୍ତ ପରିବାରକୁ ସାହାର୍ଯ୍ୟର ହାତ ବଡାଇଛନ୍ତି ।  ସୁଚନାଯୋଗ୍ୟ ଯେ ବିଳାସପୁର ଗ୍ରାମର ଦୀଲିପ କୁମାର ସାହୁ ଓ ତାଙ୍କ ସ୍ତ୍ରୀ ଅଞ୍ଜଳି ସାହୁ । ତାଙ୍କର ଦୁଇଟି ଝିଅ । ବଡ ଝିଅ ଝିଲି ରାଣି ସାହୁ (୨୨), ସାନ ଝିଅ ସିଲି ସାହୁ (୧୩) । ଦୁଇଜଣ ଯାକ ଜନ୍ମରୁ ମୁଖ, ବଧିର ଓ ଅନ୍ଦ । ବାପା ଦିନ ମଜୁରିଆ ।  ଦୁଇ ଝିଅଙ୍କର ଚିକିତ୍ସା  ଅର୍ଥ ସାଜିଛି ବାଧକ ବୋଲି ଖବର ପ୍ରକାଶିତ ହୋଇଥିଲା । ଏହି ଖବର ଜାଣି  ‘ସ୍ୱାଧୀନ ସେବା ସଂସ୍ଥାନ’ଅନୁଷ୍ଠାନର ମୁଖ୍ୟ ତଥା ସାମାଜିକ କର୍ମୀ ଶଶି ଶେଖର ରାୟଙ୍କ ସହାୟତାରେ ଦିବ୍ୟାଙ୍ଗ ପରିବାରଙ୍କୁ ଚାଉଳ, ଡାଲି,ଚୁଡା,ଚିନି, ଲୁଣ, ସାବୁନ, ପେଷ୍ଟ, ନଡିଆ ତେଳ, ସୋରିଷ ତେଲ, ସୁଜି, ସୋୟାବିନ, ମସଲାଗୁଣ୍ଡ, ବିସ୍କୁଟ, ସହିତ ସୌର ଚାଳିତ ଲାଇଟି ସହିତ ଡ୍ରେସ  ଓ କିଛି ଆର୍ଥିକ ସହାୟତା ଦିଆଯାଇଥିବା ଜଣାପଡିଛି । ଅନ୍ୟ ମାନଙ୍କ ମଧ୍ୟମରେ ସାମାଜିକ କର୍ମୀ ବିଶ୍ୱଜିତି ପାଢ଼ୀ, ସୌମ୍ୟ ରଞ୍ଜନ ଜେନା, ମନୋରଞ୍ଜନ ଜେନା ସର୍ବେଶ୍ୱର ପାଣି, ପୁଷ୍ଠକାନ୍ତି ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts