ads

Breaking News

ସେଣ୍ଟ୍ରିପଟା ଭଡାରେ ନେଇ ନ ଫେରାଇବାରୁ ମାରପିଟି; ଥାନାରେ ଅଭିଯୋଗ

 ସାକ୍ଷୀଗୋପାଳ ------ ସତ୍ୟବାଦୀ ଥାନା କଳାପାହଡ ଗ୍ରାମର ପ୍ରସନ୍ନ ଦାସ ଛାତ ପକାଇବା ପାଇଁ ବଲ୍ଳା ଓ ପଟା ଭଡାରେ ଦିଅନ୍ତି । ତାଙ୍କ ଠାରୁ ସେହି ଗ୍ରାମର କାଳିଆ ମହାରଣା ଭଡାରେ କିଛି ପଟା ନେଇଥିଲା । ମାତ୍ର ପଇସା ମାଗିବାରୁ ଆଜି ଦେବି କାଲି ଦେବି କହି ଦିନ ମାସ ଗଡାଇ ଚାଲିଲା । ପଟା ଫେରାଇବା ପାଇଁ ପ୍ରସନ୍ନ ବାରମ୍ବାର ମାଗିବାରୁ ସେ ଲୁଚିବା ଆରମ୍ଭ କରି ଦେଇଥିଲା । ଶେଷରେ କାଳିଆ ସହିତ ପ୍ରସନ୍ନର ପାଟିତୁଣ୍ଡ ଓ ଝଗଡା ହୋଇଥିଲା । ପ୍ରସନ୍ନ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ । ଅନ୍ୟ ପକ୍ଷେ କାଳିଆଙ୍କ ସ୍ତୀ ଲକ୍ଷ୍ମୀପିୟା ମହାରଣା ସତ୍ୟବାଦୀ ଥାନାରେ ପାଲଟା ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀଙ୍କୁ ପ୍ରସନ୍ନ ଓ କାସିନାଥ ଦାସ ମିଳିତ ଭାବେ ଘରୁ ଯୋର ଜବରଦସ୍ତ ଉଠାଇ ନେଇ ଗୋଡ ହାତ ବାନ୍ଧି ମାଡ ମାରିଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ । ପ୍ରସନ୍ନଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ଥାନା କେସ ନଂ୧୭୦/୨୦ରେ ଏକ କେସ ରୁଜ କରି କାଳିଆ ମହାରଣାଙ୍କୁ ଘରିଫ କରିଥିବା ବେଳେ ଲକ୍ଷ୍ମୀପିୟାଙ୍କ ଅଭିଯୋଗ କ୍ରମେ ଥାନାକେସନଂ ୧୭୧ /୨୦ରେ କେସ ରୁଜ କରି ପ୍ରସନ୍ନ ଦାସ ଓ କାସିନାଥ ଦାସଙ୍କୁ ସତ୍ୟବାଦୀ ପୋଲିସ ଗିରଫ କରି କୋର୍ଟକୁ ଚାଲାଣ କରିଥିବା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts