ads

Breaking News

କ୍ରାନ୍ତି ଦିବସ ଅବସରରେ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନୀତ

 ବରୀ----କ୍ରାନ୍ତି ଦିବସ ଅବସରରେ ଯାଜପୁର  ଜିଲା ବରୀ ବ୍ଲକ କଳାମାଟିଆ ପଞ୍ଚାୟତର କାଇପଡା ଗ୍ରାମର  ସ୍ୱାଧୀନତା ସଂଗ୍ରାମୀ  ଦଧିଚି ସାହୁଙ୍କୁ  ରବିବାର ଯାଜପୁର ଜିଲାପାଳ ରଂଜନ କୁମାର ଦାସ ତାଙ୍କ ବାସଭବନରେ ପହଞ୍ଚି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଆସିଥିବା ଉତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନୀତ କରିଛନ୍ତି । ମହାମାରୀ କରୋନା କଟକଣା ପାଇଁ ଚଳିତ ବର୍ଷ ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବା ସହଜ ନ ଥିବାରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ମିଳିଥିବା ନିର୍ଦ୍ଦେଶନାମା ଅନୁଯାୟୀ ଜିଲାପାଳ ଶ୍ରୀ ଦାସ ସଂଗ୍ରାମୀମାନଙ୍କୁ ସମ୍ମାନ ପ୍ରଦାନ କରିଛନ୍ତି । ଏହି ସମ୍ବର୍ଦ୍ଦନା ବେଳେ ବରୀ ବିଧାୟିକା ସୁନନ୍ଦା ଦାସ, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ,ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣୀ ନାୟକ,ଉପ-ଜିଲାପାଳ ନାରାୟଣ ଧଳ,ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ,ତହସିଲଦାର ସରୋଜକାନ୍ତ ନାୟକ,ବିଡିଓ ଶିବାନନ୍ଦ ସ୍ୱାଇଁ ,ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର, ଅତିରିକ୍ର ତହସିଦାର ଭାନୁମତି ମାଝି,ଏବିଡିଓ ଶାଶ୍ୱତ କୁମାର ଜେନା,ସାମାଜିକ କର୍ମୀ ସତ୍ୟ ରଞ୍ଜନ କର,ସ୍ଥାନୀୟ ସରପଞ୍ଚ ସମୀର ମଲିକ ପ୍ରମୁଖ ଉପସ୍ଥିତ ରହିଥିଲେ । 


ଯାଜପୁର ବରୀରୁ- ଦର୍ଶନ ବେହେରା


ads

Blog Archive

Popular Posts