ଲାଦେର ପାଲି ହନୁମାନ ମନ୍ଦିରରେ ଦ୍ୱୀପ ଉତ୍ସବ
ବରଗଡ଼ ---- ରାମ ଲଲାଙ୍କ ଜନ୍ମ ଭୂମି ଅଯୋଧ୍ୟା ଠାରେ ରାମ ମନ୍ଦିର ନିର୍ମାଣ ର ଶୁଭ ଶିଳାନ୍ୟାସ ର ଭବ୍ୟ ସ୍ୱାଗତ କରି ସ୍ଥାନୀୟ ଅଞ୍ଚଳରେ ଖୁସି ଲହରୀ ଖେଳି ଯାଇଛି।ଏହି ଅବସରରେ ଲାଦେର ପାଲି ବସ୍ତି ତଥା ଅତାବିରା ଏନଏସି ସ୍ଥିତ ୱାର୍ଡ ନଂ -୯ର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଦ୍ୱୀପ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗାଁ ରେ ପ୍ରତି ଘର ସମ୍ବୁଖରେ ବର୍ଦ୍ଧନୀ କଳସ ବସାଇବା ସହ ସମ୍ପୂର୍ଣ୍ଣ ଗାଁ ରେ ଆମିଷ ଭକ୍ଷଣ ନିଷିଦ୍ଧ ହୋଇଥିଲା।ଏହା ସହ ଗାଁ ର ପ୍ରତି ଘରୁ ଗୋଟିଏ ଲେଖାଏଁ ଦ୍ବୀପ ପ୍ରଜ୍ବଳନ କରି ଆଣି ମନ୍ଦିରରେ ଉତ୍ସବ ପାଳନ ହୋଇଥିଲା।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ




