ବର୍ଷା ଜଳରେ ଚାଷ ଜମି ଜଳମଗ୍ନ,ଚାଷୀ ଚିନ୍ତାରେ
ବରଗଡ଼----ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସଂକୀର୍ଡା ପଞ୍ଚାୟତ ତଥା ଆଖପାଖ ଅଞ୍ଚଳରେ ଗତକାଲି ପ୍ରବଳ ବର୍ଷା ହୋଇଛି। ବର୍ଷା ଫଳରେ ସାରସ ପାଲି,ସଂକୀର୍ଡା ଅଞ୍ଚଳ ସହ ଥୁଆପାଲି ପାଳିରୁ ଖୁଣ୍ଟୁଲିପାଲି ରାସ୍ତା କଡରେ ଥିବା ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି । ବର୍ଷା ପାଣି ରେ ଧାନ ଗଛ ନଷ୍ଟ ହୋଇଯିବାର ସମ୍ଭାବନା ଦେଖାଦେଇଛି।ଚାଷୀମାନେ ଜମିରେ ସାର,ଔଷଧ ଛିଞ୍ଚନ କରିଥିବାରୁ ଅନେକ ଚାଷୀ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଯଦି ଆହୁରି ବର୍ଷା ହୁଏ ତେବେ ଧାନ ଗଛ ସବୁ କ୍ଷତିଗ୍ରସ୍ତ ହେବ ବୋଲି ଉଭୟ ଅଞ୍ଚଳର ଚାଷୀ ମାନେ କହିଛନ୍ତି । ସାରସ ପାଲି ଓ ସଂକୀର୍ଡା ଗ୍ରାମର ମଝିରେ ଏକ ନାଲା ଅଛି।ନାଲା ଟି ଛୋଟ ହୋଇଥିବାରୁ ବର୍ଷା ଜଳ ନିଷ୍କାସନ ସଠିକ ହୋଇ ପାରୁନାହିଁ।ଫଳରେ ବର୍ଷା ଜଳ ଉକ୍ତ ବ୍ରିଜ ଉଛୁଳି ଯାଇଥାଏ। ଯଦି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଏହି ସଂକୀର୍ଡା ରୁ ସାରସପାଲି ମଝି ନାଲାର ବ୍ରିଜ ଯଦି ଚଉଡା ହୋଇ ତିଆରି ହେବ ଜଳ ନିଷ୍କାସନ ହୋଇପାରନ୍ତା ବୋଲି ଲୋକମାନେ କହନ୍ତି । ଜଳ ନିଷ୍କାସନ ହେଲେ ଚାଷ ଜମି କ୍ଷତିଗ୍ରସ୍ତ ହେବନାହିଁ ବୋଲି ଚାଷୀମାନେ କହନ୍ତି। ତୁରନ୍ତ ଏ ଦିଗ ପ୍ରତି ପ୍ରଶାସନ ନଜର ଦେବାକୁ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦାବି ହେଉଛି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ



