ads

Breaking News

ଲାଦେର ପାଲି ରେ କରୋନା ପାଇଁ ଶପଥ ଗ୍ରହଣ



ବରଗଡ଼-----  ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ୱାର୍ଡ ନଂ ୯ ଲାଦେର ପାଲି ଠାରେ ଅଙ୍ଗନବାଡି କର୍ମୀ ସୁରଭି ପ୍ରଧାନଙ୍କ ନେତୃତ୍ୱରେ ଅଙ୍ଗନବାଡି, ଆଶକର୍ମୀ,ଏସ୍ ଏସ୍ ଜି ଗ୍ରୁପର ସଦସ୍ୟ ମାନଙ୍କୁ ନେଇ ଏକ  ଶପଥ ଗ୍ରହଣ ପାଠ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅଙ୍ଗନବାଡ଼ି କର୍ମୀ ସୁରଭି ପ୍ରଧାନ,ବନିତା ପ୍ରଧାନ,ଆଶକର୍ମୀ ସବିତା ପ୍ରଧାନ,କାଉନସିଲର ଆରତୀ ନାଏକ,ତଥା ଏସ୍ ଏସ୍ ଜି ଗ୍ରୁପର ସଭ୍ୟା ମାନେ ଉପସ୍ଥିତ ରହି କରୋନା ବିରୁଦ୍ଧରେ ଲଢ଼ିବା ପାଇଁ ଶପଥ ପାଠ କରିଥିଲେ।ଏହି ଅବସରରେ ସାମାଜିକ ଦୂରତା ଓ ନାକ,ମୁହଁକୁ ମାସ୍କରେ ଘୋଡେଇ ରଖି  ସରକାରଙ୍କ କୋଭିଡ ନିୟମକୁ ମାନି ଚଲିବା ପାଇଁ ଆହ୍ୱାନ ଦେବା ସହ ଲୋକଙ୍କୁ ସଚେତନତା ବାର୍ତା ଦେଇଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ....

ads

Blog Archive

Popular Posts