ads

Breaking News

କୁଜଙ୍ଗ ବ୍ଳକରେ ବିଧାୟକଙ୍କ ଦ୍ୱାରା କରୋନା ସମିକ୍ଷା ବୈଠକ

 କୁଜଙ୍ଗ ----  ମହାମାରି କରୋନା ଦିନକୁ ଦିନ ତାର କାୟା ବିସ୍ତାର କରିଚାଲିଛି । ରାଜ୍ୟ ସରକାରଙ୍କଠାରୁ ଜିଲ୍ଲା ପ୍ରଶାସନ ଓ କରୋନା ଯୋଦ୍ଧାମାନେ ଦିନ ରାତି କଠୋର ପରିଶ୍ରମ କରି କରୋନାକୁ ହରାଇବାକୁ ସଂଗ୍ରାମ ଯାରି ରଖିଛନ୍ତି । ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ପାରାଦ୍ୱିପର ବିଧାୟକ ସମ୍ବିତ ରାଉତରାୟ ସ୍ଥାନୀୟ ଲୋକପ୍ରତିନିଧି ଓ ପ୍ରଶାସନ ମାନଙ୍କ ମନବଳ ବୃଦ୍ଧି କରିବା ପାଇଁ ପାରାଦ୍ୱିପ ସମେତ କୁଜଙ୍ଗ ବ୍ଲକରେ କରୋନା ସମ୍ପର୍କିତ ସମିକ୍ଷା ବୈଠକ କରିଛନ୍ତି ।  କରୋନା ସମୟରେ ପଞ୍ଚାୟତର ଅଭାବ ଅସୁବିଧା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ମାନଙ୍କୁ ପଚାରି ବୁଝିଥିଲେ । ସେହିପରି  ପଞ୍ଚାୟତ ମାନଙ୍କରେ ଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପର ପରିସ୍କାର ପରିଚ୍ଛନ୍ନ ଉପରେ ଗୁରୁତ୍ୱରାପ କରିବା ସଂଗେ ସଂଗେ  କରୋନା ସମ୍ପର୍କିତ ସଚେତନତା ଆହୁରି ତୀବ୍ର କରିବାକୁ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କୁ ପରାମର୍ଶର୍ ଦେଇଥିଲେ । ଏହି ସମିକ୍ଷା ବୈଠକରେ ସାଂସଦଙ୍କ ପ୍ରତିନିଧି ସୁଢଳ କୁମାର ସ୍ୱାଇଁ, ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ମୃତି ରଂଜନ ବେହେରା, ବିଧାୟକଙ୍କ ପ୍ରତିନିଧି ନିରଞ୍ଜନ ପ୍ରଧାନ, କାଠକୋଟ ସରପଞ୍ଚ ମିହିର ରଂଜନ ପଟ୍ଟନାୟକ, ଗରେଇ ସରପଞ୍ଚ ସଂଗ୍ରାମ ମନ୍ତ୍ରୀ, ଜିଲ୍ଲାନାସି ସରପଞ୍ଚ ପ୍ରମୋଦ କୁମାର ସ୍ୱାଇଁ, କୁଜଙ୍ଗ ସରପଞ୍ଚ ଭାରତ ଭୁଷଣ ନାୟକ, ପାରାଦ୍ୱିପ ଗଡ ସରପଞ୍ଚ ମିହିର ରଂଜନ ସାହୁ, ଭୂତମୁଣ୍ଡାଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ସଂଜୟ କୁମାର ସ୍ୱାଇଁ, ସମିତି ସଭ୍ୟ ଧୀରେନ୍ଦ୍ର ସେଠି,  ସଂଗ୍ରାମ ରାଉତରାୟ, ପଦ୍ମନାଭ ସାହୁ,ସୁଭ୍ରକାନ୍ତ ସାମନ୍ତରାୟ, ସଭ୍ୟା ପ୍ରଭାତି ଦାସ, ଆଇନିଜିବୀ ଭାରତଭୁଷଣ ଦାସ, ସମାଜସେବି ବିରଞ୍ଚି ମହାପାତ୍ର, ପ୍ରକାଶ ବେହେରା, ଅରୁ ପ୍ରସାଦ ମହାନ୍ତି, ବିଜୟ କୁମାର ଖଟେଇ ପ୍ରମୁଖ ସାମାଜିକ ଦୂରତ୍ୱ ରଖି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରତ୍ୟେକ ମାସର ଶେଷ ସପ୍ତାହରେ ଏହିଭଳି କରୋନା ସମ୍ପର୍କିତ  ବୈଠକ କରିବା ପାଇଁ  ବିଧାୟକଙ୍କୁ ସରପଞ୍ଚ ମାନେ ଅନୁରୋଧ କରୁଥିଲେ । 

ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 


ads

Blog Archive

Popular Posts