ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ୭୭ ତମ ଜୟନ୍ତୀ ପାଳିତ
ଜଟଣୀ -ଜଟଣୀ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବିଶିଷ୍ଟ ସମାଜ ସେବକ, ଦୃଢ଼ ସଂଘଠକ ତଥା ଓଡ଼ିଶାର ଲୋକପ୍ରିୟ ଜନନେତା ଶ୍ରୀ ସୁରେଶ କୁମାର ରାଉତରାୟ (ସୁର ଭାଇ )ଙ୍କର ୭୭ ତମ ଜନ୍ମ ଉତ୍ସବ ସୋମବାର ପ୍ରତ୍ୟୁଷରୁ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସଙ୍ଘଠନ ତରଫରୁ ସମାଜର ମଙ୍ଗଳ ନିମନ୍ତେ ଅନେକ କାର୍ଯ୍ୟକ୍ରମ କରାଯାଇଥିଲା । ସକାଳ ସାତ ଘଟିକା ସମୟରେ ସ୍ଥାନୀୟ ବ୍ଲକ ଛକ ଠାରୁ ନାଇଜର ପର୍ଯ୍ୟନ୍ତ ବୃକ୍ଷରୋପଣ ପରେ ହରିଭାଇନା ଛକ ଠାରେ ମାସ୍କ ଓ ଚାରା ବଣ୍ଟନ ଏବଂ ଜଟଣୀ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସୁରେଶ କୁମାର ରାଉତରାୟ , ଜୟନ୍ତୀ କମିଟି ଜଟଣୀର ଆବାହକ ଅଶୋକ କୁମାର ମଙ୍ଗରାଜ, କଂଗ୍ରେସ ରାଜନୈତିକ ସଚିବ କଳିଙ୍ଗ କୁମାର ସାହୁ,କ୍ୟାପଟେନ ମନ୍ମଥ ରାଉତରାୟ, କୁସୁମାଟି ଛଣଘର ପଞ୍ଚାୟତର ସରପଞ୍ଚ ସୁନୀଲ କୁମାର ରାଉତରାୟ, ସୀତାକାନ୍ତ ଶତପଥୀ, ନୌଶର ଅଲ୍ଲୀ, କାଳିନ୍ଦୀ ଚରଣ ନାୟକ ପ୍ରମୁଖ ଅନାନ୍ୟ ସଦସ୍ୟ ମାନେ ଯୋଗ ଦେଇ ଥିଲେ ।
ଜଟଣୀରୁ -ରଙ୍ଗନାଥ ବେହେରା





