ads

Breaking News

ଗରିବ ଅସହାୟ ଙ୍କୁ ବଜରଙ୍ଗୀ ସେବାସଂଘ ପକ୍ଷରୁ ଛତା ବଣ୍ଟନ


 ଜଟଣୀ - ରାଜ୍ୟ ରେ ମହାମାରୀ କରୋନା ସମୟରେ ଲକ୍ ଡାଉନ୍ ସମୟରେ ଜଟଣୀ ନିର୍ବାଚନ ମଣ୍ଡଳୀର ସମସ୍ତ ୱାର୍ଡରେ ଥିବା ଗରିବ ଅସହାୟ ମାନଙ୍କ ପେଟକୁ ଦୁଇମୁଠା ଖାଦ୍ୟ, କିଛି ବସ୍ତ୍ର ଏହିଭଳି କିଛିନାକିଛି ସାହାଯ୍ୟ କରିଆସିଛି ଜଟଣୀର ଏକମାତ୍ର ସଂଘଠନ ବଜରଙ୍ଗୀ ସେବାସଂଘ ।  ଆଜିର ଦିନରେ ବଜରଙ୍ଗୀ ସେବାସଂଘ ତରଫରୁ ଜଟଣୀ ନିର୍ବାଚନ ମଣ୍ଡଳୀର ବାଇଶି ନଂ ୱାର୍ଡର ଚବିଶ ଜଣ ଗରିବ ପରିବାରକୁ ଛତା ବଣ୍ଟନ କରିଛି । ବଜରଙ୍ଗୀ ସେବାସଙ୍ଘର କର୍ମକର୍ତ୍ତା ସଞ୍ଜୟ ସାହୁ, ନିରଂଜନ ସାହୁ, ତପନ ସାହୁ, ସୁକାନ୍ତ ସାହୁ, ଜଗନ୍ନାଥ ବେହେରା, ଶତ୍ରୁଘ୍ନ ସ୍ୱାଇଁ, ଲକ୍ଷ୍ମୀଧର ସାହୁ, କିରଣ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
ଜଟଣୀରୁ -ରଙ୍ଗନାଥ ବେହେରା 

ads

Blog Archive

Popular Posts