ads

Breaking News

ଗନ୍ଧମାର୍ଦ୍ଧନରେ ମାଓବାଦୀ ଏବଂ ଏସ୍‌ଓଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟ




ବରଗଡ଼----    ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ରିଜର୍ଭ ଫରେଷ୍ଟରେ ମାଓବାଦୀ ଓ ଯବାନ ଉଭୟଙ୍କ ମଧ୍ୟରେ ଅଧଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା। ଘଞ୍ଚ ଜଙ୍ଗଲରେ ପ୍ରବଳ ବର୍ଷା ହେଉଥିବା ବେଳେ ଉଭୟ ପଟୁ ଜୋରଦାର ଗୁଳି ଚାଳନା ହୋଇଥିଲା।ପ୍ରାୟ ୩୦ ମିନିଟ ଧରି ଗୁଳି ବିନିମୟ ହେବା ପରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ।ସୁରକ୍ଷା କର୍ମୀଙ୍କ ମିଳିତ ଅପରେସନ ସମୟରେ ଚାରୋଟି ମାଓ କ୍ୟାମ୍ପ ଠାବ କରାଯିବା ସହ ଅନେକ ଫୁଟା,ଅଫୁଟା ଗୁଳି ସହ ୩୩ ପ୍ରକାର ମାଓ ସାମଗ୍ରୀ ଜବତ କରାଯାଇଛି।ଯବାନଙ୍କ ପକ୍ଷରୁ କେହି ମୃତାହତ ହୋଇ ନଥିବା ବେଳେ ମାଓବାଦୀ ମୃତାହତ ହେବା ନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ।ଏନେଇ ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ମାଓବାଦୀମାନେ ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ଆହ୍ବାନ ଦେଇଛନ୍ତି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts