ଦୁଇବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ ଦୁଇ ଗୁରୁତର
ବରଗଡ଼---- ଆଜି ଅପରାହ୍ଣ ତିନିଟା ୧୫ମିନିଟି ରେ ବରଗଡ ଜିଲ୍ଲା ଅତାବିରା ଥାନା ଗୋଡଭଗା ଫାଣ୍ଡି ଅନ୍ତର୍ଗତ ଗୋଡଭଗା-ତୁରୁମ ୫୪ନମ୍ବର ରାଜ୍ଯ ରାଜପଥରେ ଏକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ତୁରୁମ ପଟୁ ଆସୁଥିବା ଜଣେ ବାଇକ ଆରୋହୀ ଗାଡି ହୋଣ୍ଡା ୟୁନିକନ ଓଡି ୧୫ପି ୫୬୯୫ ଓ ଏକ ନମ୍ବର ବିହିନ ନୀଳ ରଙ୍ଗର ଚୋରା ବାଲି ବୋଝେଇ ସ୍ୱରାଜ ଟ୍ରାକ୍ଟର ଆସୁଥିବା ବେଲେ ଗୋଡ଼ଭଗା କେମ୍ପ ବିହାରୀ ପଡା ନିକଟରେ ବିପରୀତ ତଥା ଗୋଡ଼ଭଗା-ତୁରୁମ ପଟକୁ ଯାଉଥିବା ଏକ ବାଇକ ବଜାଜ ଡିସ୍କଭର ସି ଜି ୦୪ ଡିଏଫ୍ ୧୯୭୬ ସହ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ଯୁ ହୋଇଥିଲା । ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି। ଘଟଣା ସୂତ୍ରରୁ ଜଣାପଡିଛି ଯେ ଗୋଡଭଗା ପଟୁ ଯାଉଥିବା ବାଇକରେ ଥିବା ନାବାଳକ ଅକ୍ଷୟ ରୋହିଦାଶ(15) ତାଙ୍କର ଏକ ସଂପର୍କୀୟ ଗଣେଶ ରାଉତିଆ ଙ୍କ ସହ କୁଦ-ଗୁଣ୍ଡେରପୁର ଯାଉଥିଲେ।ସାମ୍ନା ପଟରୁ ଆସୁଥିବା ବାଇକ ଆରୋହି ଅତୁଲ୍ୟ କର୍ଣ୍ଣଙ୍କ ସହ ଧକ୍କା ହୋଇ ଛିଟିକି ପଡିଥିଲେ।ଫଳରେ ସାମ୍ନାରୁ ଆସୁଥିବା ଟ୍ରାକ୍ଟର ର ଟଲିଚକ ତଳେ ପଡି ଚାପି ହୋଇ ଘଟଣା ସ୍ଥଲରେ ତାଙ୍କର ମୃତ୍ଯୁ ହୋଇଥିଲା।ଅନ୍ଯ ଦୁଇ ଜଣ ବୁଗବୁଗା ର ଅତୁଲ୍ୟ କର୍ଣ୍ଣ ଓ ଟାଙ୍ଗରପାଲିର ଗଣେଶ ରାଉତିଆ ଗୁରୁତର ହୋଇଛନ୍ତି।ଖବର ପାଇ ନିକଟସ୍ଥ ଗୋଡ଼ଭଗା ଫାଣ୍ଡି ଅଧିକାରୀ ବାଲୁଙ୍କେଶ୍ବର ନାଏକ ଓ ଅତାବିରା ଥାନା ଏସ ଆଇ ଯାଦବ ବାଗ ଘଟଣା ସ୍ଥଳକୁ ପହଞ୍ଚି ଗୁରୁତର ଦୁଇ ଜଣଙ୍କୁ ପ୍ରଥମେ କାଦୋବାହାଲ ଡାକ୍ତର ଖାନାକୁ ନେଇଥିଲେ।କିନ୍ତୁ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତର ଖାନାକୁ ପରେ ପଠା ଯାଇଥିଲା । ମୃତ ନାବାଳକର ଶବ କୁ ବ୍ଯବଚ୍ଛେଦ ପାଇଁ ବରଗଡ ପଠାଇଥିବା ଜଣା ପଡିଛି।ଏନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ......


