ବରୀ ବ୍ଲକରେ ନୂତନ ବିଡିଓ ଶିବାନନ୍ଦ ସ୍ୱାଇଙ୍କଁ ଯୋଗଦାନ
ବରୀ---- ଯାଜପୁର ଜିଲ୍ଲା ବରୀ ବ୍ଲକରେ ଦୀର୍ଘ ଦିନ ଧରି ଖାଲି ପଡିଥିବା ବିଡିଓ ପଦବୀ ପୂରଣ ହୋଇଛି । ରାଜ୍ୟ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ତରଫରୁ ନିର୍ଦ୍ଧେଶ ପାଇ ପୁରୀ ଜିଲ୍ଲା ବାଣପୁରରେ ବଡିଓ ଥିବା ଶ୍ରୀ ଶିବାନନ୍ଦ ସ୍ୱାଇଁ ଗତ କାଲି ବରୀ ବ୍ଲକରେ ଦାୟିତ୍ୱ ନେଇଛନ୍ତି । ଆଜି ବ୍ଲକ କର୍ମଚାରୀମାନଙ୍କ ସହିତ ଆନୁଷ୍ଠାନିକ ଭାବେ ବୈଠକ କରିବା ସହିତ କାର୍ଯ୍ୟ ଆରମ୍ଭ କରିଛନ୍ତି । ଶ୍ରୀ ସ୍ୱାଇଁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କୋଭିଡ କୁ ପ୍ରାଥମିକତା ଦେବା ସହିତ ସାଧାରଣ ଲୋକଙ୍କୁ ନ୍ୟାୟ ଦେବାକୁ କାମ କରିବି । ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ,ସଚେତନ ନାଗରିକ,ଓ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।
ଯାଜପୁର ବରୀରୁ- ଦର୍ଶନ ବେହେରା



