ମର୍ମନ୍ତୁଦ ସଡକ ଦୁର୍ଘଟଣା : ଚାଳକ ଗୁରୁତର
ଓଡ଼ଗାଁ/କୁରାଳ-ଓଡ଼ଗାଁ-ଭଞ୍ଜନଗର ରାଜ୍ୟ ରାଜପଥ ରୋହିବାଙ୍କ ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଥିବା ବେଳେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ ।
ବୁଧବାର ରାତିରେ ଓ ଡି ୦୨ ଏଏନ ୧୯୭୫ ନଂ ବିଶିଷ୍ଟ ଏକ ପିକଅପ ଭ୍ୟାନ ଭଞ୍ଜନଗର ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରୋହିବାଙ୍କ ନିକଟରେ ଏକ ଆମ୍ବଗଛକୁ ବାଡେଇଥିଲା। ଘଟଣାସ୍ଥଳରେ ହେଲପର ରକ୍ଷା ପାଇଯାଇଥିବା ବେଳେ ଡ୍ରାଇଭର ଗାଡ଼ିରେ ଫସି ଯାଇଥିଲେ ।ସ୍ଥାନୀୟ ଗ୍ରାମବାସୀ ଡ୍ରାଇଭରକୁ ବାହାର କରିବାକୁ ଚେଷ୍ଟା କରୁଥିବାବେଳେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ପାଟ୍ରୋଲିଂ ଭ୍ୟାନ ସେଠାରେ ପହଞ୍ଚି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିଶମ ବିଭାଗ ଗୁରୁତର ଅବସ୍ଥାରେ ଚାଳକଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ପୋଲିସ ସୁତ୍ରରୁ ଜଣାପଡିଛି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ




