ବାଛରା ବଡ ଇଚ୍ଛାପୁର ଗ୍ରାମରେ ଦୁର୍ବୁତଙ୍କ ବୋମା ମାଡ଼
ଜଟଣୀ- ବାଛେରା ,ବଡ଼ ଇଛାପୁର ପଥର ଗାଡ଼ି ବିଶ୍ୱନାଥ କଲୋନୀ ଦେଇ ରାସ୍ତା ରେ ପ୍ରତ୍ୟକ ଦିନ ଯିବା ଆସିବା କରିଥାଏ । ପଥର ଗାଡି ଯିବାକୁ ବାରଣ କରିବାରୁ ବୁଧବାର ସନ୍ଧ୍ୟାରେ ତିନିଜଣ ଦୁର୍ବୃତ୍ତ ଏକ ବୁଲେଟ ଏବଂ ପଲସର ମଟର ସାଇକେଲରେ
ଆସି ୭ଟି ବୋମା ମାଡ କରିଥିଲେ । ସେଥିରୁ ଏକ ଅଫୁଟା ବୋମା ଉଦ୍ଧାର କରାଯାଇଛି । ଦୁର୍ବୁତଙ୍କ ବୋମା ମାଡ ରେ ୨ ଜଣ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆହତ ଦୁଇ ଜଣ ହେଲେ ବିଷ୍ନୁପ୍ରିୟା ସୁନ୍ଦରାଏ(୩୮) ଏବଂ ମହେଶ ସାହୁ (୩୫) ବୋଲି ଜଣାପଡିଛି । ଏହି ଅଞ୍ଚଳଟି ଡେଲାଙ୍ଗ ଥାନା ଅନ୍ତର୍ଗତ ହୋଇଥିବାରୁ ଏ ନେଇ ହରିରାଜପୁର ଫାଣ୍ଡିରେ ଏତଲା ଦେଇଛନ୍ତି ଆହତ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଜଟଣୀରୁ -ରଙ୍ଗନାଥ ବେହେରା




