ads

Breaking News

ବାଛରା ବଡ ଇଚ୍ଛାପୁର ଗ୍ରାମରେ ଦୁର୍ବୁତଙ୍କ ବୋମା ମାଡ଼

ଜଟଣୀ-  ବାଛେରା ,ବଡ଼ ଇଛାପୁର  ପଥର ଗାଡ଼ି ବିଶ୍ୱନାଥ କଲୋନୀ ଦେଇ ରାସ୍ତା ରେ ପ୍ରତ୍ୟକ ଦିନ ଯିବା ଆସିବା କରିଥାଏ । ପଥର ଗାଡି ଯିବାକୁ ବାରଣ କରିବାରୁ ବୁଧବାର ସନ୍ଧ୍ୟାରେ  ତିନିଜଣ ଦୁର୍ବୃତ୍ତ ଏକ ବୁଲେଟ ଏବଂ ପଲସର ମଟର ସାଇକେଲରେ ଆସି ୭ଟି ବୋମା ମାଡ କରିଥିଲେ ।  ସେଥିରୁ ଏକ ଅଫୁଟା ବୋମା ଉଦ୍ଧାର କରାଯାଇଛି ।  ଦୁର୍ବୁତଙ୍କ  ବୋମା ମାଡ ରେ ୨ ଜଣ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।  ଆହତ ଦୁଇ ଜଣ ହେଲେ ବିଷ୍ନୁପ୍ରିୟା ସୁନ୍ଦରାଏ(୩୮) ଏବଂ ମହେଶ ସାହୁ (୩୫) ବୋଲି ଜଣାପଡିଛି । ଏହି ଅଞ୍ଚଳଟି ଡେଲାଙ୍ଗ ଥାନା ଅନ୍ତର୍ଗତ ହୋଇଥିବାରୁ ଏ ନେଇ ହରିରାଜପୁର  ଫାଣ୍ଡିରେ  ଏତଲା ଦେଇଛନ୍ତି ଆହତ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି। 
ଜଟଣୀରୁ -ରଙ୍ଗନାଥ ବେହେରା 

ads

Blog Archive