ads

Breaking News

ସତ୍ୟବାଦୀରେ ରାମ ମନ୍ଦିର ପରିସରରେ ଦୀପଦାନ

ସାକ୍ଷୀଗୋପାଳ ----  ଅଯୋଧ୍ୟାରେ ପବିତ୍ର ରାମ ମନ୍ଦିର ପାଇଁ ଭୂମି ପୂଜନ ଅନୁଷ୍ଠିତ ଅବସରରେ ପୁରୀ ଜିଲ୍ଲା  ସତ୍ୟବାଦୀରେ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ପାଖରେ ଥିବା ଶ୍ରୀରାମ ମନ୍ଦିର ପରିସରରେ ସମୂହ ଦୀପ ଦାନ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ଗୋବିନ୍ଦ ଜୀଉ ଗୋ ଶାଳାର ସଭାପତି ମହେଶ୍ୱର ପ୍ରଧାନଙ୍କ ନେତ୍ୱତୃରେ ଏକ ଦୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳ୯.୧୦ ମିନିଟିରେ ଉପସ୍ଥିତ ଜନସାଧାରଣ ଓ ସଦସ୍ୟ ମାନେ ରାମଧ୍ୱନି କରିବା ସହ ଦୀପଦାନ କରିଥିଲେ । କୋଭିଡ-୧୯ ଆଇନକୁ ମାନି ସମସ୍ତ କାର୍ଯ୍ୟକ୍ରମ କରାଯାଇଥିଲା । ଶିଘ୍ର ଭବ୍ୟ ମନ୍ଦିର କାର୍ଯ୍ୟ ଶେଷ ହେବା ପାଇଁ ଉପସ୍ଥିତ ସଦସ୍ୟ ମାନେ ପ୍ରଭୁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହେଶ୍ୱର ପ୍ରଧାନ, ଅଶୋକ ସେଡୀ, ପୂର୍ଣ୍ଣଚନ୍ଦ୍ର ଶ୍ରୀ ଚନ୍ଦନ, ଫଗୁ ଚରଣ ପରିଡା, ନିରଞ୍ଜନ ବେହେରା, ସୁନୀଲ କୁମାର ବେହେରା, ତିରୁପତି ଜେନା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିଲେ । ସେହିପରି ବିଭିନ୍ନ ଗ୍ରାମ ମାନଙ୍କରେ ମଠ, ମନ୍ଦିର ମାନଙ୍କରେ ପୁରୁଷ , ମହିଳା ଓ ଯୁବକ ମାନେ ଦୀପଦାନ କରିଥିବାର ଦେଖାଯାଇଥିଲା ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive