ads

Breaking News

୩୭ ଜଣଙ୍କର ସ୍ୱାବ ସଂଗ୍ରହ

ସାକ୍ଷୀଗୋପାଳ ----- ରାଜ୍ୟରେ ମହାମାରୀ କରୋନାକୁ ନେଇ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି । ଅନ୍ୟ ପକ୍ଷେ କରୋନା ସ୍ୱାବ ସଂଗ୍ରହ ପାଇଁ ସତ୍ୟବାଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ୱାବ ସଂଗ୍ରହ କେନ୍ଦ୍ର ଖୋଲିଛି । ଆଜି ୩୭ ଜଣ ପୁରୁଷ ମହିଳାଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇଛି । ସେମାନଙ୍କ ମଧ୍ୟରେ ଗର୍ଭବତୀ ମହିଳା ରହିଛନ୍ତି । ବିଶେଷ କରି ସତ୍ୟବାଦୀ ବ୍ଳକରେ କରୋନା ଯୋଦ୍ଧା ଭାବେ କାର୍ଯ୍ୟରତ ଅଙ୍ଗନୱାର୍ଡି କର୍ମୀ ୧୦ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ବୋଲି  ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି ।  
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive