ads

Breaking News

ମେଡିସିନି ଦେକାନର ସେଲସ୍‌ମ୍ୟାନ କରୋନା ପଜେଟିଭି

ସାକ୍ଷୀଗୋପାଳ ----  ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ମେଡିସିନି ଦେକାନର ସେଲସ୍‌ମ୍ୟାନ ଏବେ କରୋନା ପଜେଟିିଭି ରେ ଆକ୍ରାନ୍ତ ହୋଇଥିବା ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି । ତାଙ୍କ ଘର ପେଣ୍ଠପଡା ଗ୍ରାମ ପଞ୍ଚାୟତର ରଙ୍ଗଣିସାହି ବୋଲି ଜଣାପଡିଛି ।  ଯୁବକ ଜଣଙ୍କ ଦେହ ଟିକେ ଖରାପ ଥିବାରୁ ସେ ସାକ୍ଷୀଗୋପାଳ ମେଡିକାଲରେ ସ୍ୱାବ ଟେଷ୍ଟ ପାଇଁ ଦେଇଥିଲା । ତାଙ୍କ ରିର୍ପୋଟ ପଜେଟିଭି ଆସିଥିବା ଜଣାପଡିବା ପରେ ତାଙ୍କୁ କୋଭିଡ- ୧୯ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଛି । ଆଜି ସେ ମଧ୍ୟ ମେଡିସିନ ଦେକାନକୁ ଯାଇ ସେଲସ୍‌ମ୍ୟାନ ଭାବେ କାର୍ଯ୍ୟ କରିଥିଲେ । ଅନ୍ୟ ପକ୍ଷରେ ସେ ନିଜ ଗ୍ରାମରେ ସାଙ୍ଗ ସାଥୀ ମାନଙ୍କ ସହ ମିଳାମିଶା କରିଥିବା ଜଣାପଡିଛି । ବିଡିଓଙ୍କ ପକ୍ଷରୁ ସତ୍ୟବାଦୀ ତହସିଲଦାରଙ୍କୁ ତୁରନ୍ତ ଉକ୍ତ ଗ୍ରାମର ନକ୍ସା ପ୍ରସ୍ତୁତ କରି ପୁରୀ ଜିଲ୍ଲାପାଳଙ୍କୁ  ଦିଆଯାଇଛି । ଜିଲ୍ଲାପାଳଙ୍କ ଠାରୁ ନିର୍ଦ୍ଦେଶ ଆସିଲେ  କଣ୍ଟେନମେଣ୍ଟ କରାଯିବ ବୋଲି ଜଣାପଡିଛି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ

ads

Blog Archive