ads

Breaking News

ରାତିରେ ଚୋରା ମାଙ୍କେଡା ପଥର ଗାଡି ନେବାକୁ ବାରଣ କରିବାରୁ ବୋମା ମାଡ ; ଜଣେ ଗିରଫ

ଡେଲାଙ୍ଗ --- ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ଫାଣ୍ଡି ଅଞ୍ଚଳରେ ଚୋରା ମାଙ୍କେଡା ପଥର ଗାଡି ଯିବାକୁ ବାରଣ କରିବାରୁ ବୋମା ମାଡି କରାଯାଇଥିଲା । ଏଥିରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଚିକିତ୍ସା ହେଉଛନ୍ତି । ସୁଚନା ଯୋଗ୍ୟ ରେ ୫ ତାରିଖ ଦିନ ୩ଜଣ ଯୁବକ ବିଶ୍ୱନାଥ କଲୋନୀରେ ପହଞ୍ଚି ଚିଣ୍ଟୁ ସୁନ୍ଦରାୟଙ୍କୁ ଡାକିକି ତୁ କାହିଁଖି ଆମ ଗାଡି ଯିବା ସମୟରେ ବାରଣ କରୁଛି ବୋଲି ପଚାରିବା ସହ ଯୁକ୍ତ ତର୍କ ହୋଇଥିଲା । ପରେ ପରେ ଯୁବକ ମାନେ ଚିଣ୍ଟୁ କୁ ଆକ୍ରମଣ କରିଥିଲେ । ଚିଣ୍ଟୁର ପାଟି ଶୁଣି ଭଉଣୀ  ବିଷ୍ଠୁପିୟା ସୁନ୍ଦରାୟ ଦୌଡି ଆସିବାରୁ ଯୁବକ ମାନେ ବୋମା ମାଡ କରିଥିଲେ । ବୋମା ମାଡରେ ବିଷ୍ଣପିୟାଙ୍କ ଗୋଡରେ ଆଘାତ ଲାଗିଥିଲା । ଯୁବକ ମାନେ ବୋମା ମାଡ କରିବା ସହ ଏ ସମ୍ପର୍କରେ ଥାନାରେ କହିଲେ ତମ ପରିବାରକୁ ଉଡାଇ ଦେବୁ ବୋଲି ଧମକ ଦେଇଥିଲେ ବୋଲି ବିଷ୍ଣପିୟା ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ଡେଲାଙ୍ଗ ପୋଲିସ ୧୧୨/୨୦ରେ ଏକ କେସରୁଜ କରି ସୌମ୍ୟ ରଞ୍ଜନ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts