କରୋନା ଯୋଦ୍ଧାଙ୍କ ମୃତ୍ୟୁ
ଖୋର୍ଦ୍ଧା ---- ଆଜି କରୋନାରେ ଆଉ ଜଣେ ପୁଲିସ ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି। ବାଣପୁର ଥାନା ଅଧୀନସ୍ଥ ଗମ୍ଭାରୀମୁଣ୍ଡା ଫାଣ୍ଡିର ଜଣେ ପୁଲିସ ଅଧିକାରୀ ମୁରଲୀଧର ବଳିଆରସିଂ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ଏନେଇ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି। ସ୍ୱର୍ଗତ ବଳିଆରସିଂଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବାଙ୍କୋଇ ଅଞ୍ଚଳରେ। ତେବେ ସେ କରୋନା ପଜିଟିଭ ଚିହ୍ନଟ ହୋଇ ଭୁବନେଶ୍ୱରର ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲୁଥିବାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ଅପରାହ୍ନରେ ତାଙ୍କ ପାର୍ଥିଵ ଶରୀର କୁ ଖୋରଧା ରିଜର୍ଭ ପୁଲିସ ଲାଇନ କୁ ଅଣାଯାଇ କୋଭିଡ ଗାଇଡଲାଇନ ଅନୁଯାୟୀ ଗାର୍ଡ ଅଫ ଅନର ଦିଆଯାଇଥିଲା। ଜିଲ୍ଲାପାଳ, ଆଡିସନାଲ ଏସପି, ଏସଡିପିଓ ଖୋରଧା ଓ ବାଲୁଗାଁ, ଆଇଆଇସି ଖୋରଧା, ଆରଆଇ, ସର୍ଜେଣ୍ଟ, ପୋଲିସ୍ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ ଫୋର୍ସ ଉପସ୍ଥିତ ଥିଲେ। ଶେଷରେ ଭୁବନେଶ୍ବର ସୂର୍ଯ୍ୟନଗର ସସ୍ନାନ ରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ଖୋର୍ଦ୍ଧା ରୁ ପ୍ରଭାତ ମିଶ୍ର



