ଡେଲାଙ୍ଗରେ ୯ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ
ଡେଲାଙ୍ଗ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ ୯ ଅଗଷ୍ଟକୁ କ୍ରାନ୍ତି ଦବସ ଭାବେ ପାଳନ କରାଯାଇଛି । ଶ୍ରମିକ ବିରୋଧ, ଜନ ବିରୋଧ ଦେଶ ବିରୋଧ ନୀତି ବିରୁଦ୍ଧରେ କେନ୍ଧିୟ ଶ୍ରମ ସଗଂଠନ ମାନଙ୍କ ଜେଲଭରୋ ଆନ୍ଧୋନଳକୁ ସଫଳ କରାଯାଇଛି । ପୁରୀ ଜିଲ୍ଲା ଡେଲାଙ୍ଗର ଏ. ଆଇ. ସି.ସି. ଟି. ୟୁ ର ରାଜ୍ୟ କମିଟି ସଭ୍ୟ ସତ୍ୟମନ୍ୟୁ ପ୍ରଧାନ ଓ ଏଚ. ଏମ. ଏସର ରାଜ୍ୟ ସମ୍ପାଦକ ଜ୍ଞାନ ରଞ୍ଜନ ଦାସ ଙ୍କ ନେତୃତ୍ୱରେ ଶ୍ରମିକ ମାନେ ଶିଳ୍ପ ବିବାଦ ଆଇନ୧୯୪୭, କାରଖାନା ଆଇନ ୧୯୪୮, ୧୯୫୫ ଅତ୍ୟାବଶ୍ୟକ ଆଇନ ବାତିଲି କୁ ବିରୋଧ କରିବା ସହିତ କୋଭିଡ--୧୯ ସମୟରେ ପ୍ରତି ଶ୍ରମିକକୁ ମୁଣ୍ଡ ପିଛା ମାସିକ ୧୦ କେଜି ଖାଦ୍ୟଶସ୍ୟ ଓ ମାସକୁ ୭୫୦୦ଟଙ୍କା ପ୍ରଦାନ କରିବା ପାଇଁ ଦାବି କରାଯାଇଛି । ଏହି ଦାବିକୁ ଯଦି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗ୍ରହଣ ନ କରିନ୍ତ ତା ହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରସୋର କରାଯିବ ବୋଲି କୁହାଯାଇଛି । ଶ୍ରମିକ ଏକତା ବଜାୟ ରଖିବା ସହିତ ଶ୍ରମିକ ମାନଙ୍କର ସମସ୍ୟା ଦୁର କରିବା ପାଇଁ ସାଥି ଅଶୋକ ପ୍ରଧାନ ଓ କିଷାନ ପଟ୍ଟନାୟକ ପ୍ରମୁଖ ଶମିକ ମାନଙ୍କ ସହିତ ବିସ୍ତୁତ ଆଲେଚନା କରିଥିଲେ । ସେହିପରି ଅଲ ଇଣ୍ଡିଆ କିଷାନ ସଂର୍ଘଷ ସମନ୍ନୟ କମିଟି ପକ୍ଷରୁ ଦିଆଯାଇଥିବା ଡାକରାରେ କର୍ପୋରେଟ ହଟାଅ ଦେଶ ବଞ୍ଚାଅ ଆନ୍ଦୋଳନ ରେ ୯ ଅଗଷ୍ଟ ଦିନ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ଡେଲାଙ୍ଗ ବ୍ଳକ କମିଟି ପକ୍ଷରୁ ବେରବୋଇ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ସଦସ୍ୟ ମାନେ ବିଭିନ୍ନ ଲେଖା ଥିବ ପ୍ଳାକର୍ଡ ଧରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଧରେ ନାରାବାଜି ଦେଇଥିଲେ । ବିଶେଷ କରି ରାଜ୍ୟରେ ମହାମାରୀ କରୋନକୁ ନେଇ ଲକଡାଉନ ସମୟରେ କୃଷି କ୍ଷେତ୍ରରେ ଆଣିଥିବା ଅଧ୍ୟାଦେଶକୁ ବିରୋଧ କରାଯାଇଛି । ଏହି ପ୍ରତିବାଦ ସଭାରେ ଏ. ଆଇ. କେ. କେ. ଏମ. ଏସର ରାଜ୍ୟ ସମ୍ପାଦକ କମ୍ରେଡ ରଘୁନାଥ ଦାଶ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଜାତ ଉପରେ କରାଯାଇ ଆଇନକୁ ବିରୋଧ କରିବା ସହ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ବ୍ୟାପକ ଚାଷୀ ଆନ୍ଦୋଳନ ଗଡି ତୋଲିବା ପାଇଁ ଆହ୍ୱନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନବ୍ଳକ ସଭାପତି ଓ ସମ୍ପାଦକଦୀନବଂଧୁ ପରିଡା, ବଟକୃ୍ଷ୍ଣ ସ୍ୱାଇଁ, ବେରବୋଇ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜ କିଶୋର ଆଳୁକ, ଏ. ଆଇ. କେ. କେ. ଏମ. ଏସର ପୁରୀ ଜିଲ୍ଲାର ସଭାପତି ଗଙ୍ଗାଧର ପ୍ରଧାନ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି




