ଡେଲାଙ୍ଗରେ ୫ଜଣ ଲୋକାଲ କରୋନା ପଜେଟିଭି ଚିହ୍ନଟ
ଡେଲାଙ୍ଗ -----ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅଞ୍ଚଳରେ ଗ୍ରାମକୁ ବ୍ୟାପିଲା କରୋନା । ବୁଧବାର ୫ କରୋନା ଲୋକାଲ ପଜେଟିଭି ଚିହ୍ନଟ ହୋଇଛନ୍ତି । ଜଗଦଳପୁର ଗ୍ରାମରୁ ପ୍ରଥମ କରୋନା ଆକ୍ରାନ୍ତଙ୍କ ସହିତ ମିଳାମିଶା କରିଥିବା ୨ଜଣ ହୋଇଥିବା ବେଳେ ଲୋକାଲରୁ ୩ଜଣ ଥିବା ଜଣାପଡ଼ିଛି । ସେମାନେ ହେଲେ କଅଁଳପଡ଼ା, ବାତଳ ଓ ଘୋରଡ଼ିଆ ଅଞ୍ଚଳର ବୋଲି ଜଣାପଡିଛି । ଗଡ ମୋଟରୀ ସରପଞ୍ଚ ସଞ୍ଜୁକ୍ତା ରାଉତରାୟ ଓ ଜଗଦଳପୁର ସରପଞ୍ଚପ୍ରିୟମ୍ବନ୍ଦା ରାଉତରାୟ ସେମାନଙ୍କ ଅଧୀନରେ ଥିବା ଗ୍ରାମ ଗୁଡିକ ୁ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ କରୋନା ଆକ୍ରାନ୍ତ ହୋଇଥିବା ପରିବାରକୁ ହୋମ କ୍ୱାରାଣ୍ଟାଇନରେ ରହିବା ପାଇଁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ଉକ୍ତ ଗ୍ରାମଗୁଡ଼ିକ ବିଶୋଧନ କରାଯିବ ବୋଲି ଶ୍ରୀ ଆଚାରିଆ ସୂଚନା ଦେଇଛନ୍ତି । ଅନ୍ୟପଟେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସନ୍ତୋଷ କୁମାର ତ୍ରିପାଠୀ କହିଛନ୍ତି ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲ୍ ପଠାଯାଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସ୍ୱାବ୍ ଟେଷ୍ଟ କରାଯିବ । ଏବେ କରୋନା ସଂଗରୋଧରୁ ଯାଇ ଗ୍ରାମ ମାନଙ୍କରେ ଆରମ୍ଭ ହୋଇଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି



