ସୋହେଲା ମୁଖ୍ୟ ଛକ ଗାନ୍ଧୀ ଛକ ନାମରେ ନାମିତ ହେଲା
ବରଗଡ଼---- ବରଗଡ ଜିଲ୍ଲା ସୋହେଲା ବ୍ଲକରେ ଅଗଷ୍ଟ ୯ ତାରିଖ କ୍ରାନ୍ତୀ ଦିବସ ଅବସରରେ ସୋହେଲା ମୁଖ୍ୟ ଛକରେ ପଶ୍ଚିମ ଓଡ଼ିଶା ସ୍ଵାଧୀନତା ସଂଗ୍ରାମୀ ସ୍ମୃତି ସମିତି ତରଫରୁ ଦାଣ୍ଡୀ ଯାତ୍ରାର ସ୍ମାରକୀ ବହନ କରୁଥିବା ମହାତ୍ମା ଗାନ୍ଧୀଙ୍କ ସହିତ ୧୧ ଜଣ ସତ୍ୟାଗ୍ରହୀଙ୍କ ପୂର୍ଣ୍ଣ ଅବୟବର ପ୍ରତିମୂର୍ତିକୁ ଅନାବରଣ ସହ ଉଦଘାଟନ କରାଯାଇଛି । ଏବଂ ଆଜି ଠାରୁ ସୋହେଲା ମୁଖ୍ୟ ଛକକୁ ଗାନ୍ଧୀ ଛକ ନାମରେ ନାମିତ କରାଯାଇଛି। ଏହି ଐତିହାସିକ ଦିବସ ଅବସରରେ ସତ୍ୟାଗ୍ରହ ସ୍ମାରକୀ ପୀଠକୁ ଜିଲ୍ଲାର ପାଣିମୋରା ଗ୍ରାମର ୩୨ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଏକ ମାତ୍ର ଜୀବିତଥିବା ସ୍ୱାଧୀନତା ସଂଗ୍ରାମୀ ଶ୍ରୀଯୁକ୍ତ ଜିତେନ୍ଦ୍ରିୟ ପଧାନ ଓ ଓଡିଶା ସରକାରଙ୍କ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ପଶ୍ଚିମ ଓଡିଶା ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ସମିତିର ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ଦେବତା ତଥା ସଦସ୍ୟମାନେ ସ୍ଥାନୀୟ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ବହୁ ପ୍ରଶାସନିକ ଅଧିକାରୀ ସମେତ ସାଧାରଣ ଜନତା ପ୍ରମୁଖ ଉପସ୍ଥିତ ଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ






