ସମର୍ପଣ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ
ପୁରୀ --- ପୁରୀ ଜିଲ୍ଲାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମର୍ପଣ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମଙ୍ଗଳାଘାଟ ଅଞ୍ଚଳରେ ଥିବା ଶକଳ୍ପ ବୃଦ୍ଧାଶ୍ରମରେ ଅନ୍ତୋବାସୀ ମାନଙ୍କ ସହିତ ରାକ୍ଷୀ ପୂର୍ଣ୍ଣମୀ ଅବସରରେ ସୁଖ ଓ ଦୁଃଖ ଆଦାନ ପ୍ରଦାନ କରିଥିଲେ । ଏହି ଅବସରରେ ଆଶ୍ରମ ପାଇଁ କିଛି ରାଶନ ସାମଗ୍ରୀ ସହିତ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା । ସମର୍ପଣ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ବ୍ରଜ କିଶୋର ସାହୁ, ସଦସ୍ୟ ସତ୍ୟନାରାୟଣ ସାହୁଙ୍କ ତତ୍ୱବଧାନରେ କାର୍ଯ୍ୟକ୍ରମ କରାଯାଇଥିଲା । ଆଗାମୀ ଦିନରେ ଏହି ପରି ବୃଦ୍ଧାଶମ ଓ ଅନାଥ ଆଶ୍ରମ ମାନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷ ଶ୍ରୀ ସାହୁ ସୁଚନା ପ୍ରଦାନ କରିଛନ୍ତି ।
ପୁରୀରୁ ଜୟନ୍ତ କୁମାର ସେଠୀ



