ads

Breaking News

ଅଯୋଧ୍ୟା ରେ ରାମଲଲା ଙ୍କ ଭବ୍ୟ ମନ୍ଦିରର ଭୂମି ପୂଜନ ଅବସରରେ ଗୋଡ଼ଭଗା ଉତ୍ସବ ମୁଖର.





ବରଗଡ଼---  ଅଯୋଧ୍ୟାରେ ଶ୍ରୀରାମ ମହାପ୍ରଭୁଙ୍କର ପାଇଁ ୭୦ ଏକର ଜମିରେ ୩୦୦ କୋଟି ଟଙ୍କାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯିବ।ଏନେଇ ୫୧୯ବର୍ଷର ସଂଘର୍ଷ ର ଅବସାନ ଘଟିବା ସହ ଆଜି ଭୂମି ପୂଜନ ସରିଯାଇଛି। ଯଦ୍ୱାରା ଆଜି ସାରା ଭାରତ ବର୍ଷ ଉତ୍ସବ ମୁଖର ହୋଇ ଉଠିଛି।ସେହିପରି ଗୋଡ଼ଭଗା ବଜରଙ୍ଗ ଦଳ ଓ ଆର ଏସ୍ ଏସ୍ ର ଆନୁକୂଲ୍ୟରେ କୋଭିଡ ନିୟମକୁ ପାଳନ କରି ଗୋଡ଼ଭଗା ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆଜି ନିତ୍ୟ ନୈମିତ୍ତିକ ଭାବେ ପୁଜା କାର୍ଯ୍ୟ ତୁଲାଉଥିବା ପୂଜକ ଲୋକେଶ୍ୱର ଦାଶଙ୍କ ଦ୍ୱାରା ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ପୂର୍ବ ପ୍ରସ୍ତୁତି ଅନୁଯାୟୀ ସଦସ୍ୟ ମାନଙ୍କ ଦ୍ୱାରା ୨କ୍ୟୁଣ୍ଟାଲ ବୁନ୍ଦୀ ଲଡୁ ତିଆରି କରି ହନୁମାନ ମନ୍ଦିରରେ ନୁଆଁ ଧ୍ୱଜା ବାନ୍ଧି ସ୍ଥାନୀୟ ଅଞ୍ଚଳରେ ଧ୍ୱଜା  ବନ୍ଧା ଯାଇଛି।
ଏହି ଅବସରରେ ଆଖପାଖ ଅଞ୍ଚଳରେ ଏକ ରଥ ବୁଲି ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଆଜି ଦିନରେ ଆମିଷ ଭକ୍ଷଣ ନିଷିଦ୍ଧ କରିବା ସହ ଘରେ ଘରେ ଦ୍ବୀପ ପ୍ରଜ୍ବଳନ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।  ଏଥିରେ ବଜରଙ୍ଗ ଦଳ ଓ ଆର ଏସ୍ ଏସ୍ ସଦସ୍ୟ ପ୍ରମୁଖଙ୍କ ସହ ସୁଧୀର ବାରିକ,ପ୍ରଶାନ୍ତ ଭୋଇ,ମଣ୍ଟୁ ସାହୁ,ଅରୁଣ ପରଡ଼ିଆ, ପ୍ରେମରାଜ ଛନ୍ଦ ଓ ବହୁ ବଜରଙ୍ଗୀ ଭାଇମାନେ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive