ads

Breaking News

ଅଣ୍ଡା ଦେକାନ ଭାଙ୍ଗିବା ନେଇ ଥାନାରେ ଅଭିଯୋଗ

 ସାକ୍ଷୀଗୋପାଳ ----  ସତ୍ୟବାଦୀ ଥାନା ବଳପୁର ଗ୍ରାମ ପଞ୍ଚାୟତ ନିକଟରେ ନନ୍ଦି ସାସମଲ(୩୫) ପଥୁରିଆ ସାହିର ଅଣ୍ଡା ଦେକାନ କରିଥିଲେ । ଅଣ୍ଡା ଦୋକାନ କରି ନିଜ ପରିବାର ଭରଣ ପୋଷଣ କରୁଥିଲା । ବଳପୁର ଭୋଇ ସାହିର କାହ୍ନା ଦାସଙ୍କ ସହିତ କୌଣସି କାରଣକୁ ନେଇ ଅଣ୍ଡା ଦେକାନି ନନ୍ଦିଙ୍କର ଯୁକ୍ତିତର୍କ ହୋଇଥିଲା । କାହ୍ନା ରାଗରେ ନନ୍ଦିର ଅଣ୍ଡା ଦେକାନ ଭାଙ୍ଗି ଦେବା ସହ ଅଣ୍ଡା ପିଙ୍ଗା ପିଙ୍ଗି କରି ଦେଇଥିବା ନେଇ ନନ୍ଦି ଥାନାରେ ଲିଖିତ ଅଭିଯୋଗ କରିଛି । ଅଭିଯୋଗ କ୍ରମେ ସତ୍ୟବାଦୀ ଥାନା କେସନଂ ୨୬୨/୨୦ରେ ଏକ ମାମଲା ରୁଜ ହୋଇଛି । ୨୯୪/୪୨୭/୩୦୭/୫୦୬ ଆଇ.ପି.ସି  ଦଫା ଲାଗିଥିବାର ଜଣାପଡିଛି ।  ଅଭିଯୁକ୍ତ କାହ୍ନା ଫେରାର ହୋଇଯାଇଛି ବୋଲି ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । 
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive