ads

Breaking News

ରାତିରେ ଘରେ ପଶିବା ନେଇ ଥାନାରେ ଅଭିଯୋଗ

ସାକ୍ଷୀଗେ।।ପଳ ---  ସତ୍ୟବାଦୀ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଘରେ କେହି ନଥିବାର ସୁଯୋଗ ନେଇ  ମନ୍ଦ ଉଦ୍ଦ୍ୟେଶ ରଖି ସେହି ଗ୍ରାମର କାଳିଆ ନନ୍ଦ ଘରେ ପଶିଥିଲା ବୋଲି ସବିତା ପଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ଥାନା କେସନଂ ୨୬୧/୨୦ରେ ଏକ କେସ ରୁଜ କରି ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ଅଭିଯୁକ୍ତ କାଳିଆ ଫେରାର ହୋଇଯାଇଛି । ତାଙ୍କ ବିରୁଧରେ ୫୪୨/୩୫୪/୩୨୩ ଡି.ପିସି ଦଫା ଲଗାଯାଇଥିବା ଜଣାପଡିଛି ।  ବହୁ ଶିଘ୍ର ଅଭିଯୁକ୍ତ ଧରାଯିବ ବୋଲି ଆଇଆଇସି ଶ୍ରୀ ପାତ୍ର କହିଛନ୍ତି । ଏ. ଏସ. ଆଇ ଆର ମହାରଣା ଉକ୍ତ କେସର ତଦନ୍ତ ଅଧିକାରୀ ଥିବା ଜଣାପଡିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive