ads

Breaking News

ସତ୍ୟବାଦୀରେ ୬ଜଣ କରୋନା ପଜେଟିଭି ଚିହ୍ନଟ; ସେମାନଙ୍କ ମଧ୍ୟରୁ ଜଣେ କରୋନା ଯୋଦ୍ଧା

ସାକ୍ଷୀଗୋପାଳ -------ବାଦୀରେ ମହାମାରୀ  କରୋନା ତାର କାୟା ବିସ୍ତାର କରି ଚାଲିଛି ।  ସତ୍ୟବାଦୀ ବ୍ଳକରେ ଶନିବାର ୬ଜଣ କରୋନା ପଜେଟିଭି ଚିହ୍ନଟ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟମରେ ଜଣେ ଅଙ୍ଗନୱାଡି ର୍କମୀ ରହିଛନ୍ତି । ସୁଚନା ଯୋଗ୍ୟ ଯେ ଏହି ୬ଜଣଙ୍କ ମଧ୍ୟରୁ ବଳରାମପୁରଗଡର ସଂଗରୋଧ ଗୃହରୁ ଯାଇ ନିଜ ଘରେ ସଂଗରୋଧରେ ରହିଥିବା ବ୍ୟକ୍ତି ଏବେ କରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି । ସେହିପରି ଉକ୍ତ ପଞ୍ଚାୟତରୁ  ଜଣ କରୋନା ପଜେଟିଭି ଚିହ୍ନଟ ହୋଇ କୋଭିଡ-୧୯ ମେଡିକାଲରେ ଚିକିତ୍ସା ହୋଇ ଫେରିବା ପରେ ତାଙ୍କ ଭାଇ ତାଙ୍କ ସହିତ ମିଳାମିଶା କରି ଏବେ କରୋନା ପଜେଟିଭି , ପେଣ୍ଠପଡା ଗ୍ରାମ ପଞ୍ଚାୟତର  ସାନ କାଞ୍ଜିଆ ଗ୍ରାମର ଜଣେ ଡ୍ରାଇଭର କରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି । ଅନ୍ୟ ତିନି ଜଣ ମହିଳା ପଜେଟିଭି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଜଣେ ଅଙ୍ଗନୱାଡିି କର୍ମୀ ରହିଛନ୍ତି । ମାତ୍ର ସେ ଜୟପୁର ଗ୍ରାମ ପଞ୍ଚାୟତର ସୁଭଦ୍ରା କଲୋନିରେ ଘର କରି ପରିବାର ସହ ରହିଛନ୍ତି । ଉକ୍ତ ଘରେ ଦୁଇଟି ପରିବାର ଭଡା ରହିଥିବା ଜଣାପଡିଛି । ଅନ୍ୟ ଦୁଇ ଜଣ ମହିଳା ଗର୍ଭବତୀ ଅଟନ୍ତି । ଜଣେ ହେଲେ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନହଳା ଗ୍ରାମର ହୋଇଥିବା ବେଳେ ଆଉ ଜଣେ ସାଣ୍ଢରା ଗ୍ରାମ ପଞ୍ଚାୟତର ଜୟପରାମପୁର ଗ୍ରାମର ବୋଲି ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି । ଅନ୍ୟ ପକ୍ଷେ ଜୟପୁର ସରପଞ୍ଚ ବିଶ୍ୱଜିତି ମହାପାତ୍ର ସୁଭଦ୍ରା କଲୋନିରେ ପହଞ୍ଚି ଉକ୍ତ ପରିବାରଙ୍କୁ ସଂଗରୋଧରେ ସମସ୍ତେ ରହିବା ସହ ଭଡାଟିଆ ମାନେ ସଂଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା କାଲି ବିଶୋଧନ କରାଯିବା ବୋଲି ସରପଞ୍ଚ କହନ୍ତି । ଅଙ୍ଗନୱାଡି କର୍ମୀ ଏଠାରେ ଓ ନରେନ୍ଦ୍ରପୁର ଗ୍ରାମରେ କାହା କାହା ସହିତ ମିଳାମିଶା କରିଛନ୍ତି ତାହା ଏବେ ସଂଗ୍ରହ କରାଯାଉଛି । ଯେଉଁମାନେ ତାଙ୍କ ସହିତ ମିଳାମିଶା କରିଛନ୍ତି ସେମାନେ ନିଜ ଆଡୁ ସଂଗରୋଧରେ ରହିବା ପାଇଁ ବିଡିଓ ନିର୍ଦ୍ଦେଶଦେଇଛନ୍ତି । ଉକ୍ତ ପଞ୍ଚାୟତର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଓ ବ୍ଳକ ବିଜେଡି ଦଳର ସଭାପତି ପ୍ରମୋଦ କୁମାର ରାଉତରାୟ ଲୋକମାନଙ୍କୁ ଭୟଭୀତ ନ ହୋଇ କରୋନାର ସଠିକ ମୁକାବିଲା କରିବା ପାଇଁ ସଚେତନତା କରାଉଛନ୍ତି । ଶୁକ୍ରବାର ଦିନ ସତ୍ୟବାଦୀ ବ୍ଳକରେ ୧୨ ଜଣ ମହିଳା ପୁରୁଷ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts