ads

Breaking News

କୃତି ଛାତ୍ରଛାତ୍ରୀଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ


ଓଡ଼ଗାଁ/କୁରାଳ- ଅରୋମୀରା ଟ୍ରଷ୍ଟ ଏବଂ ପରିବେଶ ସାଥି ସ୍ବେଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଭାଳିଆଡିହି ଗ୍ରାମର ଜନଶକ୍ତି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପରିବେଶ ସାଥି ତଥା ଅବସରପ୍ରାପ୍ତ ଶିକ୍ଷକ ସୁକାନ୍ତ ଚନ୍ଦ୍ର ଚୌଧୁରୀଙ୍କ ନେତୃତ୍ୱରେ ଏବଂ ପାଣ୍ଡେରିପଡା ସରପଞ୍ଚ ପ୍ରତାପ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  ଚଳିତ ବର୍ଷ ଦଶମ ପରୀକ୍ଷାର କୃତି ଛାତ୍ରଛାତ୍ରୀ ପାୟଲ ଜେନା,ଶକ୍ତି ପ୍ରସାଦ ରାଉତ,ଆଦିତ୍ୟ ମହାନ୍ତି ,ଦିପଙ୍କର ଡାକୁଆ,ଯଶୋବନ୍ତ ବେହେରା ,ଜ୍ଞାନ ରଞ୍ଜନ ରାଉତ ,ଆକାଶ ବିହାରୀ ଜେନା ,ତପନ ରାଉତ ଏବଂ ପ୍ରିୟ ରଞ୍ଜନ ଭୂୟାଁ ପ୍ରଭୁତିଙ୍କ ଦ୍ୱାରା ନିଜ ନିଜର ସ୍ମୃତି ସ୍ୱରୂପ ଗୋଟିଏ ଗୋଟିଏ ବଉଳ କୋଳି ଗଛ ରୋପଣ କରିଥିଲେ ।
ସମୁଦାୟ ଆଜି ୩୦ଟି ବୃକ୍ଷରୋପଣ କରାଯାଇଥିଲା ।
 ଆଜିର କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଜଗନ୍ନାଥ ସାହୁ,ସତ୍ୟନାରାୟଣ ଆଚାର୍ଯ୍ୟଙ୍କ  ସମେତ ଆଦର୍ଶ ୟୁଥ କ୍ଲବର ସଦସ୍ୟ ନିରଂଜନ ସାହୁ ,ଆଲୋକ ଜେନା ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଯୁବ ସ୍ବେଚ୍ଛାସେବୀ ପ୍ରତ୍ୟୁଷ ପ୍ରସାଦ ପ୍ରଧାନ ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଗତକାଲି ମଧ୍ୟ ହନୁମନ୍ତିଆ ଗ୍ରାମରେ ପରିବେଶ ସାଥି ଅନୁଷ୍ଠାନ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା ।ଯୁବ ସ୍ବେଚ୍ଛାସେବୀ ସନ୍ତୋଷ କୁମାର ନାୟକ ଏହି କାର୍ଯ୍ୟକ୍ରମକୁ  ପରିଚାଳନା କରିଥିଲେ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts