ads

Breaking News

ବୃକ୍ଷ ରୋପଣ କରି ଜନ୍ମଦିନ ପାଳିଲେ ଛାତ୍ରୀ

 ପୁରୀ ------ରାଜ୍ୟରେ କରୋନା ଯୋଗୁ ସମସ୍ତେ ଚିନ୍ତିତ ।  ଆଜିର ଦିନରେ କିଏ କେତେ ପ୍ରକାର ଚିନ୍ତାଧାରା ନେଇ ନିଜ ନିଜର କାର୍ଯ୍ୟ କରୁଛନ୍ତି । ପୁରୀ  ବାଲିସାହି ଗ୍ରାମର  ତଥା ଶ୍ରୀକ୍ଷେତ୍ର ମାଟିର  ଝିଅ  ଅଙ୍କିତା ସାହୁ ନିଜର ୨୦ ତମ ଜନ୍ମ ଦିବସ ନିଆର ଢ଼ଙ୍ଗରେ ପାଳନ କରିଛନ୍ତି । ସାଙ୍ଗରେ ଥିଲେ ସାଥୀ ଓ ସହପାଠିନି ମାନେ । ମାତ୍ର କେକ୍ , ଗିପ୍ଟ ବା ଚକେଲୋଟ ବଦଳରେ ହାତରେ ଥିଲା ଗଛ ।  ବୀରହରେକୃଷ୍ଣପୁର ପଞ୍ଚାୟତର ଅନ୍ତର୍ଗତ ବୁଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣ ଓ ପାଖ ପଡିଆରେ ଜାମୁ, ସୁନାରି, କରଞ୍ଜ,ଅର୍ଜ୍ଜୁନ ଇତ୍ୟାଦି ବୃକ୍ଷ ଚାରା ରୋପଣ କରିଥିଲେ । ନିଜ ଜନ୍ମ ଦିନରେ ଭୋଜିଭାତ, କେକ୍ ନ କାଟି ବା ସେ ପଇସାରେ ବୃକ୍ଷରୋପଣ କରି ସବୁଜିମା ଫେରାଇ ଆଣିବାକୁ କରିଥିବା ଛୋଟ ପ୍ରୟାସ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଅଙ୍କିତା । ଅଙ୍କିତା ହେଉଛନ୍ତି ସମର୍ପଣ ଚାରିଟେବୁଲ ଟ୍ରଷ୍ଟର ସଭାପତି ତଥା ସମାଜସେବୀ ବ୍ରଜକିଶୋର ସାହୁଙ୍କ କନ୍ୟା ବୋଲି ଜଣାପଡିଛି ।

 ପୁରୀରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts