ads

Breaking News


୧୭ଟି ବାଇକ ଜବତ  ,୫  ଜଣ ଗିରଫ
 ପୁରୀ ---- ପୁରୀ ସହର ତଥା ଉପକଣ୍ଠ ଅଞ୍ଚଳରେ ଗାଡି ଚୋରି କରୁଥିବା ଏକ ବଡ଼ ଗ୍ୟାଙ୍ଗ କୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ଏମାନଙ୍କ ନିକଟ ରୁ ଏକ କାର ,  ଅଟୋ ଓ ୧୭ ଟି ବାଇକ ଜବତ କରିଛି ପୁରୀ ପୋଲିସ। ଏଥି ସହିତ ୫ ଜଣ ଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ ପୁରୀ ତାଳବଣିଆ  ଥାନା ସର୍ବୋଦାୟ ନଗର ରେ ରହୁଥିବା ସରୋଜ ପ୍ରଧାନ ଙ୍କ ଏକ କାର ତାଙ୍କ ଘରୁ କେହି ଦୁର୍ବୁତ୍ତ ରାତିରେ ନେଇ ଯାଇ ଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ରେ ପୋଲିସ ତଦନ୍ତ କରି ପୁରୀ କୁମ୍ଭାର ପଡ଼ା ର ନାରାୟଣ ବେହେରା ଙ୍କୁ ପୋଲିସ ଗିରଫ କରି ଚୋରି କାର ଜବତ କରିଛି। ସେହିପରି ତାଳବଣିଆ ଥାନା ରେ ଏକ ବାଇକ ଚୋରି ମାମଲା ର ତଦନ୍ତ କରି ପୋଲିସ ବ୍ରହ୍ମଗିରି ର ଆସିକ ଖାଁ କୁ ଗିରଫ କରିଥିଲା। ତେବେ ଆସିକ ଠାରୁ ୧୭ ଟି ଚୋରି ବାଇକ ଜବତ କରିଛି ପୋଲିସ। ଆସିକ ଖାଁ ଚୋରା ବାଇକବିକ୍ରି କରି ଥିବା ତିନି ଜଣ ବ୍ୟକ୍ତି ଙ୍କ ସମେତ ଏହି ମାମଲା ରେ ୪ ଜଣଙ୍କୁ  ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive