ads

Breaking News

୧୬ ନଂ ଜାତୀୟ ରାଜପଥରୁ ପାଞ୍ଚ ଡକାୟତ ଗିରଫ.




 ଜଟଣୀ -ରବିବାର ମଧ୍ୟରାତ୍ରରେ ଜଟଣୀ ଥାନା  ଓ ଜାଅଁଳା ଫାଣ୍ଡି ମିଳିତ ଭାବେ ଚଢ଼ଉକରି ୧୬ ନଂ ଜାତୀୟରାଜପଥ ଗଙ୍ଗପଡ଼ା ଛକରୁ ପାଞ୍ଚଜଣିଆ ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛନ୍ତି । ପୋଲିସ ସୂଚନା ମୁତାବକ ୧୬ ନଂ ଜାତୀୟ ରାଜପଥରୁ ଲୁଟପାଟ କରୁଥିବା ଏହି ଗ୍ୟାଙ୍ଗ ରବିବାର ରାତି ଗଙ୍ଗପଡ଼ା ପୁରୁଣା ଟୋଲଗେଟ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ପାଞ୍ଚଜଣ ଏକାଠି ହୋଇଥିଲେ ।  ବିଶ୍ଵସ୍ଥ ସୂତ୍ରରୁ ଖବରପାଇ ଜଟଣୀ ଥାନା ଓ ଜାଅଁଳା ଫାଣ୍ଡି ପୋଲିସ ସେଠାକୁ ଚଢ଼ାଉକରି ସମସ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନେ ହେଲେ ଖୋର୍ଦ୍ଧା ଥାନା ମକୁନ୍ଦପ୍ରସାଦ ଗ୍ରାମର ରାଜ ଦଳବେହେରା (୨୨), ୟୁଜିନ ଖାଁ ଓରଫ କଇରା (୫୨), ଜଟଣୀ ଥାନା ରଥିପୁର ଗ୍ରାମର ସେକ କସିମ (୧୯), ରମାକାନ୍ତ ସ୍ୱାଇଁ (୨୨), ଓ ଫୁଲବାଣୀ ପିଅନପଡାର କାଁହୁ ପରିଡା (୨୨) ।ପୋଲିସ ଏମାନଙ୍କଠାରୁ ଏକ ଖଣ୍ଡା, କଟୁରୀ, ଛୁରୀ, ଲୁହାରଡ଼ ଓ ଲୁହା ପାଇପ ଭଳି ମାରଣାସ୍ତ୍ର ସହ ଏକ ବୋଲେରୋ, ମହିନ୍ଦ୍ରା ପିକଅପ ଭ୍ୟାନ, ବୁଲେଟ, ପଲସର, ୟାମାହା ଓ ଅପଚୀ ଜବତ କରାଯାଇଛି  ସେମାନେ ବାଲୁଗାଁରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରାଜପଥ ଉପରେ ଛିନତାଇଠାରୁ ଆରଂଭ କରି ଟ୍ରକ ଅଟକାଇ ଲୁଟପାଟ କରିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ଜଟଣୀ ପୋଲିସ ଏମାନଙ୍କୁ ଗିରଫ କରି ଜଟଣୀ ଥାନା କେଶନଂ ୨୭/୨୦,  ଅଣ୍ଡର ସେକ୍ସନ-୩୯୯/୪୦୨,ଆଇପିସି /ସେକ୍ସନ-25 ୨୫ଅର୍ମ ଆକ୍ଟରେ ମାମଲା ରୁଜୁ ହୋଇଛି । ଜଟଣୀରୁ -ରଙ୍ଗନାଥ ବେହେରା  

ads

Blog Archive