ବିଶୋଧନ ହେଲା ଝରାପାଲି ମାର୍କେଟ ଓ ସାରସପାଲି ଗାଁ....୩୩ ଜଣଙ୍କ ସ୍ବାବ ସଂଗ୍ରହ
ବରଗଡ଼-_---- ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟର ରାସ୍ତା, ଦୋକାନ ବଜାର ସହ ସାରସପାଲି ଗାଁରେ ସାଧାରଣ ଲୋକ ମାନଙ୍କର ଚଳପ୍ରଚଳ କରୁଥିବା ଦେକାନ ଗୁଡିକ ସାନିଟାଇଜେସନ କରାଯାଇଛି । ସେହିପରି ରାସ୍ତା କଡରେ ଥିବା ପାଣି ଟାଙ୍କି ଓ ଟ୍ୟାପ ଷ୍ଟାଣ୍ଡ ଗୁଡିକ ସାନିଟାଇଜେସନ କରାଯାଇଛି । ରାଜ୍ୟରେ ମହାମାରୀ କରୋନା ଯୋଗୁଁ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । କାହାକୁ କେତେବେଳେ ସେ ଆକ୍ରାନ୍ତ କରିବ ତାହା କେହି କହି ପାରିବେ ନାହିଁ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମାନେ କହନ୍ତି। ଏହାକୁ ଲକ୍ଷ୍ୟ କରି ଗ୍ରାମର ଭେଡେନ ବ୍ଲକ ପ୍ରଶାସନ ପକ୍ଷରୁ ସଂକୀର୍ଡା ସରପଞ୍ଚ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଲାୟନ୍ସ କ୍ଳବ ସଦସ୍ୟ ତଥା ଅଞ୍ଚଳର ସ୍ବେଛାସେବୀ ମାନଙ୍କ ସହଯୋଗ କ୍ରମେ ଅଞ୍ଚଳକୁ ଭେଡେନ ଅଗ୍ନିଶମ ବିଭାଗ ଦ୍ଵାରା ବିଶୋଧନ କରାଯାଇଛି।
ବ୍ୟକ୍ତଗତ ସ୍ୱଚ୍ଛତା, ପରିବେଶ ସ୍ୱଚ୍ଛତା ସହ ସାମାଜିକ ଦୂରତା ରକ୍ଷା କରିବା,ନିହାତି କାମଣଙ ନ ଥିଲେ ଘରୁ ନ ବାହାରିବା, ମୁହଁରେ ମାସ୍କ ଲଗାଇ ବାହାରକୁ ଯିବା, ବାହାରେ ଛେପ ନ ପକାଇବା, ଥଣ୍ଡା, କାଶ, ଜ୍ୱର ହେଲେ ତୁରନ୍ତ ଏ ସମ୍ପର୍କରେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଜଣାଇବା ଆଦି ସମ୍ପର୍କରେ ଜନସଚେତନତା କରାଯାଇଥିଲା । ୩୩ ଜଣଙ୍କ ସ୍ଵାଵ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ






