ads

Breaking News

ଓଡିଶା ମୋପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ



ପୁରୀ  ----- ଆଜି ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ଠାରେ ଓଡିଶା-ମୋ ପରିବାର ଆନୁକୂଲ୍ୟରେ  ଜୀବନ ବିନ୍ଦୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା-ମୋ ପରିବାର ଆବାହକ ଅରୁପ ପଟ୍ଟନାୟକ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଯୋଗଦେଇଥିଲେ । କରୋନା ମହାମାରୀର ଏହି କଠିନ  ପରିସ୍ଥିତିରେ  ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଆନ୍ତରିକ ସାଧୁବାଦ ଜଣାଇବା ସହିତ କେହି ଜଣେ ବି ବ୍ୟକ୍ତି ରକ୍ତ ଅଭାବରୁ ସ୍ବାସ୍ଥ୍ୟ ଗତ ସମସ୍ୟା ରେ ସମୁଖୀନ ନ ହୁଅନ୍ତି , ଏହାକୁ ନିଶ୍ଚିତ କରିବା ଆଜି କଠିନ ସମୟରେ ଆମର କତ୍ତବ୍ୟ ଓ ଦାୟିତ୍ବ ବୋଲି କହିଥିଲେ । ରକ୍ତଦାନ କ୍ଷେତ୍ରରେ ଜିବନ ବିନ୍ଦୁ କାର୍ଯ୍ୟକ୍ରମ ଲୋକଙ୍କ ଆଶା ଓ ଭରସା ସାଜିଛି । ଏବଂ ସେ ଅନୁରୋଧ ମଧ୍ୟ କରିଛନ୍ତି ଗୁରୁତର କରୋନା ସଂକ୍ରମିତ କୁ ଆରୋଗ୍ୟ କରିବା ପାଇଁ ଆମ ପାଇଁ ସବୁଠାରୁ ବଡ଼ ଆହ୍ବାନ । ସେଥିପାଇଁ ଜଣେ ଆରୋଗ୍ୟ ବ୍ୟକ୍ତି ସୁସ୍ଥ ହେବାର ୪ ସପ୍ତାହ ପରେ ପ୍ଲାଜମା ଦାନ କରି ଦୁଇ ଗୁଣ କରୋନା ରୋଗିଙ୍କୁ ନୂଆ ଜୀବନ ଦେଇ ପାରିବେ ବୋଲି କହିଥିଲେ। ନିଜେ ପ୍ଲାଜମା ଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ସ୍ବେଚ୍ଛାକୃତ ଭାବେ ଆଗେଇ ଆସିବାକୁ କରୋନା ସଂକ୍ରମଣ ରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ମାନଙ୍କୁ ଶ୍ରୀ ଦାସବର୍ମା ବିନମ୍ର ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତି ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ତଥା ଓଡ଼ିଶା-ମୋ ପରିବାର ପୁରୀ ଜିଲ୍ଲା ସଂଯୋଜକ ସୁଭାସିସ ଖୁଣ୍ଟିଆ ଓ ବିଜୁ ଜନତା ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ । 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts