ରାସ୍ତା ପାଲଟିଛି ଚାଷ ଜମି,ପଲ୍ହା ରୋଇଲେ ଲୋକେ.....
ବରଗଡ଼----- ଯୋଜନା ପରେ ଯୋଜନା କରି ସରକାର ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ବିକାଶ ଦିଗରେ ହାତ ଖୋଲି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ବାଡେଇ ଚାଲିଛନ୍ତି। ହେଲେ ବରଗଡ଼ ଜିଲ୍ଲାରେ ବାସ୍ତବତା ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ଆମେ କହୁନାହୁଁ ସେଇ ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ରହିଥିବା ପଞ୍ଚାୟତ ତଥା ଅନେକ ଗାଁ ଗଣ୍ଡାର ରାସ୍ତାର ଦୃଶ୍ୟ ଜଳଜଳ ହୋଇ ଜଣାପଡେ। ଯାହାକି ଜିଲ୍ଲାର ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତର ମୁଖ୍ୟ ପଞ୍ଚାୟତ ରାସ୍ତାର ନଗ୍ନ କଥା। ସ୍ୱାଧୀନତାର ୭୩ବର୍ଷ ପରେ ବି ପଞ୍ଚାୟତର ମୁଖ୍ୟରାସ୍ତା କାଦୁଅ ପଚପଚ ହୋଇ ଅବହେଳିତ ହୋଇ ପଡ଼ିରହିଛି ।ଏହି ରାସ୍ତାରେ ପ୍ରତ୍ୟହ ହଜାର ହଜାର ଲୋକ ଯିବାଆସିବା କରୁଥିବାବେଳେ ପ୍ରାୟ ପଞ୍ଚାୟତ ତଥା ଆଖପାଖ ଅଞ୍ଚଳର ୫/୬ ଖଣ୍ଡ ଗାଁର ଲୋକେ ନିର୍ଭରଶୀଳ। ଏବେ ଏହି ରାସ୍ତା ରେ ଲୋକମାନେ ଖାଲି ପାଦରେ ଚାଲିଛି ଯିବା କଷ୍ଟକର ହୋଇପଡିଛି । ଯାନବାହନ କଥା ପଚାରେ କିଏ । ପତ୍ରାପାଲି ଗାଁ ରୁ ବୁଗବୁଗା ପଞ୍ଚାୟତକୁ ଯିବାକୁ ହେଲେ ୩କିଲୋମିଟର ରାସ୍ତା ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ୨୦ଟି ୱାର୍ଡକୁ ନେଇ ଗଠିତ ହୋଇଥିବା ଏହି ପଞ୍ଚାୟତର ମୁଖ୍ୟ ରାସ୍ତାଟି ୧୯୬୫ରୁ ଅବହେଳିତ ହୋଇ ପଡିରହିଛି।କେବଳ ନିର୍ବାଚନ ପାଖେଇ ଆସିଲେ ମାଲାମାଲ ନେତା ମନ୍ତ୍ରୀଙ୍କ ସହ କେତେ ନାଇଁ କେତେ ନୂଆଁ ନୂଆଁ ଯୋଜନା ଆସିଥାଏ ଗାଁ ଗଣ୍ଡାକୁ।ହେଲେ ଭୋଟ ସରିଗଲେ ନେତା ମନ୍ତ୍ରୀ ଦେଇଥିବା ଫମ୍ଫା ପ୍ରତିଶୃତି ଗୁଡିକ ଉଭେଇ ଯାଇଥାଏ ବୋଲି ଲୋକେ କହନ୍ତି।ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ପଞ୍ଚାୟତ,ବ୍ଲକ ତଥା ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ କାହାରି ଶୁଭଦୃଷ୍ଟି ପଡି ପାରୁ ନଥିବା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଯଦ୍ୱାରା ଆଜି ଲୋକେ ରାସ୍ତାରେ ପଲ୍ଲା ରୋଇବା ପାଇଁ ବାଧ୍ୟ ହୋଇଛନ୍ତି।ରାସ୍ତାକୁ ଦେଖିଲେ ଯୋଜନା ଗୁଡିକ ସହ ସରକାରଙ୍କ ଆମ ଗାଁ ଆମ ବିକାଶ ପ୍ରହସନ ପରି ଲାଗୁଛି।ଏଦିଗରେ ସରକାର ତୁରନ୍ତ ଦୃଷ୍ଟି ଦେଇ କଂକ୍ରିଟ ରାସ୍ତାଟିଏ ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି। ନଚେତ ଆଗାମୀ ଦିନରେ ଜନ ଆନ୍ଦୋଳନର ମୁଣ୍ଡ ଟେକିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ






