ads

Breaking News

ଯୁବ ସମାଜିକ କର୍ମୀ ସାକ୍ଷାତ କଲେ ଦିବ୍ୟାଙ୍ଗ ପରିବାରଙ୍କୁ;ଗ୍ୟାସ ଓ ବିଦ୍ୟୁତ ଯୋଗାଇ ଦେବାକୁ ଦାବି

 ଡେଲାଙ୍ଗ ------  ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର  ବିଳାସପୁର ଗ୍ରାମରେ ଏକ ଦିବ୍ୟାଙ୍ଗ ପରିବାରକୁ ଭେଟିଛନ୍ତି ଯୁବ ସାମାଜିକ କର୍ମୀ ବିଶ୍ୱଜିତି ପାଢ଼ୀ ଓ ସୌମ୍ୟ ରଞ୍ଜନ ଜେନା । ସେମାନେ ଉକ୍ତ ପରିବାର ସହିତ ଦିବ୍ୟାଙ୍ଗ ପିଲା ଙ୍କ ସମ୍ପର୍କରେ ପଚାରି ବୁଝିଛନ୍ତି । ସୁଚନାଯୋଗ୍ୟ ଯେ ବିଳାସପୁର ଗ୍ରାମର ଦୀଲିପ କୁମାର ସାହୁ ଓ ତାଙ୍କ ସ୍ତ୍ରୀ ଅଞ୍ଜଳି ସାହୁ । ତାଙ୍କର ଦୁଇଟି ଝିଅ । ବଡ ଝିଅ ଝିଲି ରାଣି ସାହୁ (୨୨), ସାନ ଝିଅ ସିଲି ସାହୁ (୧୩) । ଦୁଇଜଣ ଯାକ ଜନ୍ମରୁ ମୁଖ, ବଧିର ଓ ଅନ୍ଦ । ବାପା ଦିନ ମଜୁରିଆ । ଦିନେ କାମକୁ ନ ଗଲେ ତା ପରଦିନ ଚୁଳି ଜଳେନାହିଁ । ଦୁଇ ଝିଅଙ୍କର ଚିକିତ୍ସା ପାଇଁ ଡେଲାଙ୍ଗ, ପୁରୀ, ଭୁବନେଶ୍ୱର ବିଭିନ୍ନ ଡାକ୍ତରଙ୍କ ପାଖକୁ ନେଇଛନ୍ତି । ମାତ୍ର ଚିକିତ୍ସାରେ ଅର୍ଥ ସାଜିଛି ବାଧକ ବୋଲି ମା ଅଞ୍ଜଳି କହନ୍ତି । ବଡ ଝିଅକୁ ମିଳିଛି ରାଶନ କାର୍ଡ ଓ ଭର୍ତ୍ତା । ମାତ୍ର ସାନ ଝିଅ ସବୁଥିରୁ ବଞ୍ଚିତ । ବ୍ଳକ ପ୍ରଶାସନ ପକ୍ଷରୁ  ଆବାସ ଗୃହ ଯୋଗାଇ ଦିଆଯାଇଥିଲେ ମଧ୍ୟ ଘର କାମ ଶେଷ କରି ପାରୁନାହାନ୍ତି । ଏବେ ରାଜ୍ୟରେ କରୋନା ଯୋଗୁ କାମ ଧନ୍ଦା ବନ୍ଦ ହୋଇଯାଇଛି ପରିବାର ଚଳାଇବା ବହୁତ କଷ୍‌ଟକର ହୋଇ ପଡିଛି ବୋଲି ଦିବ୍ୟାଙ୍ଗଙ୍କ ବାପା ଦୀଲିପ କହନ୍ତି । ଅନ୍ୟ ପକ୍ଷେ ରାଜ୍ୟ ସରକାର ଗରିବ ଓ ବିପିଏର ପରିବାରଙ୍କୁ ମାଗଣାରେ ବିଜୁଳି ଓ ଉଜ୍ୱଳା ଯୋଜନାରେ ଗ୍ୟାସ ଯୋଗାଇ ଦେଉଥିବା ବେଳେ ଉକ୍ତ ପରିବାର ସେଥିରୁ ବଞ୍ଚିତ ହୋଇଥିବା ଯୁବ ସାମାଜିକ କର୍ମୀ ଶ୍ରୀ ପାଢ଼ୀ କହିଛନ୍ତି । ତୁରନ୍ତ ପୁରୀ ଜିଲ୍ଲାପାଳ ଉକ୍ତ ପରିବାରକୁ ଉଜ୍ୱଳା ଯୋଜନାରେ ଗ୍ୟାସ ଓ ଘରକୁ ବିଜୁଳି ଯୋଗାଇ ଦେବାକୁ ଦୁଇ ସାମାଜିକ କର୍ମୀ ଅନୁରୋଧ କରିଛନ୍ତି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts