ads

Breaking News

ସାମାନ୍ୟ ବର୍ଷା ରେ ବେହାଲ ନିମାପଡା ଏନଏଏସି , ଅସରାଏ ବର୍ଷାରେ ଘରେ ପଶିଲା ଡ୍ରେନ ପାଣି



ପୁରୀ---- ସାମାନ୍ୟ ବର୍ଷା ରେ ବେହାଲ ନିମାପଡା ଏନଏଏସି ।  ଘରେ ଭିତରେ ଲହରୀ ଭାଙ୍ଗୁଛି ଡ୍ରେନ ପାଣି । ସେପଟେ ପ୍ରାୟ ସମସ୍ତ ଓ୍ଵାର୍ଡରେ ରାସ୍ତା ରେ  ଆଣ୍ଠୁଏ ଉଚ୍ଚର ପାଣି  ଜମି ରହିଥିବା ବେଳେ ବିପର୍ଯ୍ୟସ୍ତ ଡ୍ରେନଜ ବ୍ୟବସ୍ଥାକୁ ଦାୟୀ କରିଛନ୍ତି ପୈ।ରବାସୀ ।ସେପଟେ ପୈାରବାସୀଙ୍କୁ ସାଧାରଣ ମୈାଳିକ ସୁବିଧା ସୁଯୋଗ ଯୋଗାଇ ଦେଵାରେ ବିଫଳ ହୋଇଛି ଏନଏସି ।  ପୁରୀ ଜିଲ୍ଲା ନିମାପଡା ପୈାର ପରିଷଦ   ୧୧ ଗୋଟି ଓ୍ୟାର୍ଡକୁ ନେଇ ଗଠିତ । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ,ପରିମଳ ବ୍ୟବସ୍ଥା ଓ ବିଭିନ୍ନ ସରକାରୀ ଜନହିତକର ଯୋଜନା ରେ ଉଲ୍ଲେଖନିୟ କାର୍ଯ୍ୟ ଶୈଳୀ ଯୋଗୁଁ ରାଜ୍ୟ ରେ ପ୍ରଥମ ଏନଏଏସି ଭାବରେ ମାନ୍ୟତା ବହୁବାର ଲାଭ କରିଛି । ମାତ୍ର ବାସ୍ତବ ଚିତ୍ର  ସଂପୂର୍ଣ୍ଣ ଅଲଗା। ସାମାନ୍ୟ ବର୍ଷାରେ  ପ୍ରାୟ ସମସ୍ତ ଓ୍ୟାର୍ଡ ରାସ୍ତାରେ ଜମି ରହୁଛି ଅ।ଣ୍ଠୁଏ ଉଚ୍ଚର ବର୍ଷାଜଳ । କେଉଁ ଠାରେ ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନ ନାହିଁ ତ  ଯେଉଁ କେତୋଟି ଡ୍ରେନ୍ ଅଛି ସେଗୁଡିକ ଅଳିଆ ଅବର୍ଜନା ସଫା ନ ହୋଇଥିବା ଯୋଗୁଁ ଡ୍ରେନ ପାଣି ନିଷ୍କାସନ ନ ହୋଇ ଘରେ ପଶୁଛି ବୋଲି ଲୋକମାନେ କହନ୍ତି ।  ବିଶେଷକରି ନିମାପଡା ଏନଏଏସିର ମହାବୀର କଲୋନୀ, ଶ୍ରୀକ୍ଷେତ୍ର କଲୋନୀ, ଅମଲାପଡା, ଗୁହାଳପଡା,ପତିତପାବନ ପାଟଣା, ନୁାହାରକିରୀ ଅ।ଦି ଅଂଚଳର ଲୋକେ ଜଳବନ୍ଦୀ ରେ ଜିବନ କାଟୁଥିବା ବେଳେ ନିମାପଡା ପିପିଲି ମୁଖ୍ୟ ରାସ୍ତାର ଜୟଶ୍ରୀ ଛକ, ଏସବିଅ।ଇ ଛକ ଠାରେ ଡ୍ରେନଜ ପାଣି ରାସ୍ତା ଉପରେ ପ୍ରଭାବିତ ହେଉଛି  ।ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗିରହିଥିବା ବେଳେ ବର୍ଷାଦିନ ପୂର୍ଵରୁ ଡ୍ରେନଜ ସଫେଇ କାର୍ଯ୍ୟ ନ କରି ନିମାପଡା ପୈାରପରିଷଦ କେବଳ କାଗଜ କଲମ ରେ ଉନ୍ନୟନ କାର୍ଯ୍ୟ କରୁଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି  ପୈାର ବାସୀ ଅଭିଯୋଗ କରିଥିବା ବେଳେ ନିମାପଡା ଏନଏଏସି  ଜନସାଧାରଣଙ୍କ ସାଧାରଣ ମୈାଳିକ ସବିଧା ସୁଯୋଗ ଯୋଗାଇ ଦେବାରେ ବିଫଳ ହୋଇଛି  ବୋଲି ଅଭିଯୋଗ ଅ।ଣିଛନ୍ତି ପୈାରବାସୀ । 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts